ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରେ କଲରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରେ କଲରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଦେହ ପାଇଁ ମହୌଷଧି ପରି କାର୍ଯ୍ୟ କରିଥାଏ। ମସ୍ତିଷ୍କ ଓ ପେଟ ପର୍ଯ୍ୟନ୍ତ ଶରୀରର ସମସ୍ତ ଅଙ୍ଗକୁ କଲରା ସୁସ୍ଥ ରଖିଥାଏ। କଲରାରେ ଆଣ୍ଟିବାୟୋଟିକ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରି ରହିଛି।

ଏପରିକି ଏଥିରେ ଭିଟାମିନ ସି ଓ ଭିଟାମିନ ଏ ମଧ୍ୟ ରହିଛି। ଭିଟାମିନ ସି ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ ଏବଂ ଭିଟାମିନ ଏ ଆଖିକୁ ସୁସ୍ଥ ରଖିଥାଏ।

ତେବେ ଆସନ୍ତୁ ଜାଣିବା କଲରା ଖାଇଲେ ଶରୀରକୁ କେଉଁସବୁ ଲାଭ ମିଳିଥାଏ।

୧. ମୁଣ୍ଡରେ ଯନ୍ତ୍ରଣା ଓ ମୁଣ୍ଡ ଭାରି ଲାଗୁଥିଲେ କଲରା ଖାଆନ୍ତୁ। ଯେଉଁମାନେ ନିଜ ଖାଦ୍ୟରେ କଲରା ସାମିଲ କରନ୍ତି, ସେମାନଙ୍କର ମୁଣ୍ଡ ଯନ୍ତ୍ରଣାର ସମସ୍ୟା ନଥାଏ।

୨. ଯଦି ଆପଣଙ୍କ ପରିବାରରେ କାହାର ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି ତେବେ ତାଙ୍କୁ କଲରାର ବ୍ୟଞ୍ଜନ ତିଆରି କରି ଖାଇବାକୁ ଦିଅନ୍ତୁ।

୩. ଖାଦ୍ୟ ହଜମ ନହେବା, ପେଟରେ ଗ୍ୟାସ ହେବା, ହେକୁଟି ହେବା, ବାନ୍ତି ଲାଗିବା ପରି ସମସ୍ୟା ଦେଖା ଦେଉଥିଲେ, କଲରାକୁ ଖାଦ୍ୟରେ ସାମିଲ କରନ୍ତୁ। ଗ୍ୟାସ ସମସ୍ୟାକୁ କଲରା ଭଲ କରିଥାଏ।

୪. ଖଣ୍ଡିଆ ଯୋଗୁଁ ଯଦି ଆପଣଙ୍କ ଶରୀରରେ ହୋଇଥିବା ଘା ଭଲ ହେଉନାହିଁ, ତେବେ କଲରା ଖାଆନ୍ତୁ। କଲରା ଶରୀରରେ ଇନଫେକସନ ହେବାକୁ ଦେଇନଥାଏ ଏବଂ ଘା’କୁ ଶୀଘ୍ର ଶୁଖାଇଥାଏ।

୫.ସେହିପରି କୋଷ୍ଠକାଠିନ୍ୟ ସମସ୍ୟା ପାଇଁ କଲରା ଖୁବ ଲାଭଦାୟୀ।

The post ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରେ କଲରା appeared first on Odisha Reporter.



from Odisha Reporter https://ift.tt/30enarv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages