ଦେଶରେ ୭ ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ପୁଣି ୨୪ ହଜାରରୁ ଅଧିକ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ଦେଶରେ ୭ ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ପୁଣି ୨୪ ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ରୁଷକୁ ଅତିକ୍ରମ କରି ଭାରତ ଏବେ କରୋନା ଦ୍ୱାରା ପ୍ରଭାବିତ ତାଲିକାର ୩ ନଂ ସ୍ଥାନରେ ପହଞ୍ଚି ଯାଇଛି।

ସେହିପରି ୩ ଦିନ ହେଲାଣି କ୍ରମାଗତ ୨୦ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବାର ଟ୍ରେଣ୍ତ ଆରମ୍ଭ ହୋଇଗଲାଣି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ନିକଟରେ ପହଞ୍ଚି ଯାଇଛି।

୨୪ ଘଣ୍ଟାରେ ପୁଣି ୨୪,୨୪୮ ଜଣ କରୋନାରେ ସଂକ୍ରମିତ ହେବାରୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୯୭,୪୧୩ରେ ପହଞ୍ଚି ଯାଇଛି। ରବିବାର କରୋନା ଦେଶରେ ୪୨୫ ମୁଣ୍ଡ ନେଇଛି। ଏହାକୁ ମିଶାଇ ଏଯାଏ କରୋନା ଯୋଗୁ ଦେଶରେ ୧୯,୬୯୩ ଜଣଙ୍କ ମୃତ୍ୟୁ ହେଲାଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଯୁଦ୍ଧରେ ଲଢ଼େଇ କରି ୪,୨୪,୪୩୩ ଜଣ ବିଜୟୀ ହୋଇଛନ୍ତି। ଏମାନେ ସୁସ୍ଥ ହେବାରୁ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି। ଏବେ ଦେଶରେ ୨,୫୩,୨୮୭ ଆକ୍ଟିଭ କେସ ରହିଛି।

ମହାରାଷ୍ଟ୍ରର କରୋନା ସ୍ଥିତିରେ କୌଣସି ବି ପରିବର୍ତ୍ତନ ଆସିନାହିଁ। ରବିବାର ପୁଣି ରାଜ୍ୟରେ ୬ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୬,୬୧୯ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୮୮୨୨ ଜଣଙ୍କ ମୃତ୍ୟୁ ଘଟିଛି।

୧,୧୧,୭୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାମିଲନାଡୁରେ ବି କରୋନା ଉପର ମୁହାଁ ହୋଇଛି। ଏଯାଏ ରାଜ୍ୟରେ ଚିହ୍ନଟ ହୋଇଥିବା ୧,୧୧,୧୫୧ ଜଣଙ୍କ ମଧ୍ୟରୁ ୬୨,୭୭୮ ଜଣ ସୁସ୍ଥ ହୋଇଛନ୍ତି ଓ ୧୫୧୦ ଜଣ ପ୍ରାଣ ହରାଇଛନ୍ତି।

ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାଖରେ ପହଞ୍ଚି ଯାଇଛି। ରାଜ୍ୟରେ ୯୯,୪୪୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୭୧,୩୩୯ ଜଣ ସୁସ୍ଥ ହୋଇଛନ୍ତି। ୩୦୬୭ ଜଣଙ୍କ ମୁଣ୍ଡ କରୋନା ନେଇଛି ଓ ରାଜ୍ୟରେ ୨୫,୦୩୮ ଆକ୍ଟିକ କେସ୍‌ ରହିଛି।

The post ଦେଶରେ ୭ ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ପୁଣି ୨୪ ହଜାରରୁ ଅଧିକ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/2Z21VtR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages