ତ୍ୱଚାର ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 14, 2020

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଯତ୍ନ ନେବା ଖୁବ୍ କଷ୍ଟକର କାମ ନୁହେଁ। ଏଥିପାଇଁ ସବୁବେଳେ ପାର୍ଲର ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଆଉ ଏବେ ତ କରୋନା ସଂକ୍ରମଣର ଭୟ ରହିଛି। ତେଣୁ ଏଭଳି ସ୍ଥିତିରେ ଆପଣ ଘରେ ଅତି ସହଜ ଉପାୟରେ ଆପଣଙ୍କ ତ୍ୱଚାର ଯତ୍ନ ନେଇ ପାରିବେ। ଏଥିପାଇଁ ଆମେ ଆଜି ଆପଣମାନଙ୍କୁ କିଛି ଟିପ୍ସ ନିମ୍ନରେ ଦେଇଛୁ।

. ୨ ଚାମଚ ଅଟା, ୨ ଚାମଚ କଞ୍ଚା କ୍ଷୀର ଓ ଦୁଇ ବୁନ୍ଦା ମହୁକୁ ଏକାଠି ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଏପରି କଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ଦେଖାଯିବ।

. ଗାଧୋଇବା ପୂର୍ବରୁ ୧ ଚାମଚ ନଡ଼ିଆ ତେଲରେ ୧ ଚାମଚ ମହୁ ମିଶାଇ ଦେହରେ ଲଗାନ୍ତୁ। ଏହାର କିଛି ସମୟ ପରେ ଗାଧାନ୍ତୁ। ଏହା ଶରୀର ପାଇଁ ମସ୍‌ଚୁରାଇଜର ପରି କାମ କରିଥାଏ।

. ପାଣିରେ କିଛି ଗୋଲାପ ଜଳ ଓ ଲିମ୍ବ ପତ୍ର ପକାଇ ଗାଧାନ୍ତୁ। ଏହାଦ୍ୱାରା ଶରୀରରୁ ପ୍ରାକୃତିକ ଭାବେ ସୁଗନ୍ଧ ଆସିବା ସହ ଚର୍ମରୋଗ ଭଲ ହେବ।

. ୧ ଚାମଚ ମହୁରେ ୨ ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ପରେ ଅଳ୍ପ ପାଣି ହାତ ହୋଇ ମସାଜ କରି ମୁହଁ ଧୁଅନ୍ତୁ। ଏପରି କଲେ ମୁହଁରେ ଥିବା ଅଧିକ ରୁମ ସଫା ହୋଇଯିବ।

The post ତ୍ୱଚାର ଘରୋଇ ଉପଚାର appeared first on Odisha Reporter.



from Odisha Reporter https://ift.tt/3es9kqv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages