ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅସ୍ତିଆ ଛକ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନାଳରେ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କ ପରିଚୟ ମିଳିପାରି ନାହିଁ।
ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। କାର୍ଟି ବାସୁଦେବପୁରରୁ ଜାମୁଝାଡ଼ି ଆଡ଼କୁ ଯାଉଥିଲା। ଏହି ସମୟରେ ଅସ୍ତିଆ ଛକ ନିକଟରେ କାର୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନାଳରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିଲା। ଖବର ପାଇ ସିମୁଳିଆ ଥାନା ପୁଲିସ୍ ପହଞ୍ଚି କାର୍ ଭିତରୁ ମୃତଦେହ ଉଦ୍ଧାର କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ନାଳରେ ପଡ଼ିଗଲା କାର୍ appeared first on Odisha Reporter.
from Odisha Reporter https://ift.tt/2Cfzz6u
No comments:
Post a Comment