ନୂଆପଡ଼ା(ମୟାଧର ସରାଫ୍): ମୋବାଇଲ୍ରେ ୟୁଟ୍ୟୁବ୍ ଦେଖୁଥିଲେ, ହଠାତ୍ ତାହା ଫାଟିଗଲା । ହେଲେ ଅଳ୍ପକେ ବର୍ତ୍ତିଗଲେ ଯୁବତୀ। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଗାଁ ହାଇସ୍କୁଲପଡ଼ାରେ। ଯୁବତୀଙ୍କ ନାଁ ଯମୁନା ମେହେର।
ଯମୁନା ମେହେର ୪ ମାସ ପୂର୍ବେ ଅନ୍ଲାଇନ୍ରେ ଏକ ଦାମୀ କମ୍ପାନୀର ମୋବାଇଲ ମଗାଇଥିଲେ। ହେଲେ ମଙ୍ଗଳବାର ସନ୍ଧ୍ୟାରେ ସେ ମୋବାଇଲ୍ରେ ୟୁଟ୍ୟୁବ୍ ଦେଖୁଥିବା ବେଳେ ହଠାତ୍ ତାହା ଗରମ ହୋଇଯାଇଥିଲା। ଆଉ ଧୂଆଁ ବାହାରିବାରୁ ସେ ମୋବାଇଲ୍କୁ ତଳେ ପକାଇ ଦେଇଥିଲେ। ଏହାପରେ ମୋବାଇଲ୍ଟି ଫାଟି ଯାଇଥିଲା। ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
The post ୟୁଟ୍ୟୁବ୍ ଦେଖୁଥିଲେ, ଫାଟିଗଲା ମୋବାଇଲ୍ appeared first on Odisha Reporter.
from Odisha Reporter https://ift.tt/2D1X7w0
No comments:
Post a Comment