ପାଖ ମାଡ଼ିଲେ ନାହିଁ ସାହି ପଡ଼ିଶା, ଶବକୁ କାନ୍ଧ ଦେଲେ ୪ ସାମ୍ବାଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ପାଖ ମାଡ଼ିଲେ ନାହିଁ ସାହି ପଡ଼ିଶା, ଶବକୁ କାନ୍ଧ ଦେଲେ ୪ ସାମ୍ବାଦିକ

ଆସିକା(ମନୋଜ ମୁନି): କରୋନାର କୋପ ଆଗରେ ହଜି ଯାଉଛି ମାନବିକତ। । ଏହି ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ଲୋକଙ୍କ ମଧ୍ୟରେ ମଧ୍ୟ ତିକ୍ତତା ଓ ଘୃଣା ଭାବ ବଢ଼ିବାରେ ଲାଗିଛି। ଏପରିକି ଘଣ୍ଟା ଘଣ୍ଟା ଧରି ମୃତଦେହ ପଡ଼ି ରହିଥିଲେ ମଧ୍ୟ ତାକୁ ଉଠାଇବାକୁ କାନ୍ଧ ମିଳୁନି। ଏପରି ଏକ ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଶେରଗଡ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁ ସମୟରେ ପାଖ ପଡ଼ୋଶୀ ଆହା ପଦେ କହିଲେ ନାହିଁ, ସେ ସମୟରେ  ଶବ ସତ୍କାର ନିମନ୍ତେ ଆଗେଇ ଆସିଲେ ୪ ସାମ୍ବାଦିକ। ଯେଉଁଥିପାଇଁ ଶେରଗଡ ଅଞ୍ଚଳରେ ସେମାନଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।

ଶେରଗଡ ଗ୍ରାମର ବଡ଼ଦାଣ୍ଡ ସାହି ବାସିନ୍ଦା ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପିତାମ୍ବର ପାଢ଼ୀଙ୍କର ଦୀର୍ଘ ୧୦/୧୫ ଦିନ ଧରି ଜ୍ୱର,  କାଶ  ଲାଗି ରହିଥିଲା।  ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଶ୍ରୀ ପାଢ଼ୀ ଓ ତାଙ୍କ ପତ୍ନୀ ଘରେ ରହୁଥିବା ବେଳେ ତାଙ୍କର ଦୁଇ ପୁଅ ଅନ୍ୟ ରାଜ୍ୟରେ ରହୁଛନ୍ତି। କରୋନା କଟକଣା ଯୋଗୁ ସେମାନେ ଘରକୁ ଫେରିବା ସମ୍ଭବ ହୋଇପାରି ନ ଥିବା ବେଳେ ସ୍ୱାମୀଙ୍କ ଶବ ସତ୍କାର କିପରି କରିବେ ତାକୁ ନେଇ ପତ୍ନୀ ସମସ୍ତଙ୍କୁ ନେହୁରା ହେଲେ। ମାତ୍ର ପିତାମ୍ବରଙ୍କୁ କରୋନା ହୋଇଥିବା ସନ୍ଦେହରେ ସାହି ପଡ଼ିଶା କେହି ଧରାଛୁଆଁ ଦେଲେନି।

ଶେଷରେ ବିଳମ୍ବିତ  ରାତିରେ ଶେରଗଡ ସରପଞ୍ଚ ପ୍ରତିନିଧି ବାଲାଜୀ ପ୍ରଧାନ,  ସାମ୍ବାଦିକ ମେଘନାଦ ଦାସ, ଶଙ୍କର ପ୍ରସାଦ ପ୍ରଧାନ, ଅଜିତ କୁମାର ପଣ୍ଡା ପିତାମ୍ବରଙ୍କ ଘରେ ପହଞ୍ଚିଥିଲେ। ସେମାନେ କିଟ୍‌ ପିନ୍ଧି ଶବକୁ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ। ଏହାପରେ ସତ୍କାର ନିମନ୍ତେ ମୃତଦେହକୁ ବ୍ରହ୍ମପୁର ପଠାଇଥିଲେ । ସେଠାରେ ପିତାମ୍ବରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି।

କରୋନା ପରି ମହାମାରୀ ସମୟରେ ଯେଉଁଠି ନିଜ ଲୋକ ଆଡ଼ ଆଖିରେ ଚାହୁଁ ନାହାନ୍ତି, ସେ ସମୟରେ ମାନବିକତାର ପରିଚୟ ଦେଇଛନ୍ତି ଏହି ୪ ସାମ୍ବାଦିକ।

The post ପାଖ ମାଡ଼ିଲେ ନାହିଁ ସାହି ପଡ଼ିଶା, ଶବକୁ କାନ୍ଧ ଦେଲେ ୪ ସାମ୍ବାଦିକ appeared first on Odisha Reporter.



from Odisha Reporter https://ift.tt/32LHiV1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages