ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ଲାଜମା ଥେରାପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ଲାଜମା ଥେରାପି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ ବେକାବୁ ହୋଇ ପଡ଼ିଥିବା ବେଳେ ୧୦୦ରୁ ଅଧିକ ମୁଣ୍ଡ ନେଇ ସାରିଲାଣି। ଗଞ୍ଜାମ ଜିଲ୍ଲାରେ ଏହି ମହାମାରୀ ଅଣାୟତ୍ତ ସ୍ଥିତିକୁ ପଳାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୧ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ ୫୯ଜଣ କରୋନା ଯୋଗୁ  ଆଖି ବୁଜି ସାରିଲେଣି।  ଏପରି ସ୍ଥିତିରେ କରୋନା ପଞ୍ଝାରୁ ଗୁରୁତର ଆକ୍ରାନ୍ତଙ୍କୁ ଫେରାଇ ଆଣିବାକୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ପ୍ରଥମେ କଟକ ଏସସିବିରେ ଏହି ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଥିବା ବେଳେ ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ଏହି ଥେରାପି ।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ପ୍ଲାଜମା ଥେରାପିର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ପ୍ରଥମ ପର୍ଯ୍ୟାୟରେ କଟକରୁ ୬ଟି ପ୍ଲାଜମା ବ୍ରହ୍ମପୁରରେ ପହଞ୍ଚିଛି। ଜିଲ୍ଲାର ୪ଟି କୋଭିଡ୍ ହସ୍ପିଟାଲରେ ଏହି ପ୍ଲାଜମା ଦିଆଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍‌ କରିଛନ୍ତି। ଏହା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ  ଟ୍ୱିଟ୍ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଦ୍ୱାରା ଉତ୍ସାହଜନକ ଫଳାଫଳ ମିଳୁଛି। ତେଣୁ ଗୁରୁତର କରୋନା ଆକ୍ରାନଙ୍କ ଚିକିତ୍ସା ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ଲାଜମା ଥେରାପି ବର୍ତ୍ତମାନ କୋଭିଡ୍‌ ମୁକାବିଲାରେ ବଡ଼ ଭୂମିକା ତୁଲାଉଛି। ଏଥିରେ ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରକ୍ତରେ ସେହି ରୋଗର ମୁକାବିଲା ପାଇଁ ପ୍ରତିରୋଧକ ଶକ୍ତି ଆଣ୍ଟିବଡି ତିଆରି ହୋଇଥାଏ। ଏହି ଆଣ୍ଟିବଡିକୁ ଗୁରୁତର ଅସୁସ୍ଥ ଅନ୍ୟ ରୋଗୀଙ୍କୁ ଦିଆଗଲେ ତାହା ରୋଗ ବିରୋଧରେ ଲଢ଼ିବାକୁ ସହାୟକ ହୁଏ। ତେଣୁ କରୋନାରୁ ସୁସ୍ଥ ଲୋକେ ପ୍ଲାଜମା ଦେବାକୁ ନିଜଆଡ଼ୁ ଆଗେଇ ଆସିବାକୁ ସରକାର ଆହ୍ୱାନ କରୁଛନ୍ତି।

The post ବ୍ରହ୍ମପୁରରେ ଆରମ୍ଭ ହେଲା ପ୍ଲାଜମା ଥେରାପି appeared first on Odisha Reporter.



from Odisha Reporter https://ift.tt/3eOSouw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages