ମାସ୍କ ନ ପିନ୍ଧି ରାସ୍ତାରେ ବୁଲୁଥିଲେ ଯୁବକ, ନିର୍ଧୁମ ଛେଚିଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ମାସ୍କ ନ ପିନ୍ଧି ରାସ୍ତାରେ ବୁଲୁଥିଲେ ଯୁବକ, ନିର୍ଧୁମ ଛେଚିଲା ପୁଲିସ୍

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଶଟ୍‌ଡାଉନ୍‌ ସମୟରେ ବାହାରକୁ ବାହାରିବା ମନା ଥିବା ବେଳେ ମାସ୍କ ନ ପିନ୍ଧି ରାସ୍ତାରେ ବୁଲୁଥିବାରୁ ଜଣେ ଯୁବକଙ୍କୁ ନିର୍ଧୁମ ମାଡ଼ ମାରିଛି ପୁଲିସ୍‌। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାଟି ଝାରସୁଗୁଡ଼ା ସହରରେ ବୋଲି ଜଣାପଡ଼ିଛି।

ପ୍ରାୟ ସପ୍ତାହେ ତଳେ ଶଟଡାଉନ୍‌ ସମୟରେ ପୁଲିସ୍‌ ଓ ମାଜିଷ୍ଟ୍ରେଟ ଚେକିଂ ଚାଲୁଥିବା ବେଳେ  ସନ୍ତୋଷ ଯାଦବ ନାମକ ବସ୍‌ ମାଲିକଙ୍କ ପୁଅ ନିଜ ବସ୍‌ ନିଷୟରେ ବୁଝିବାକୁ ବସଷ୍ଟାଣ୍ଡ ଆସିଥିଲେ। ସେଠାରେ  ସେପୁଲିସ୍‌ ହାବୁଡ଼ରେ ପଡ଼ିଯାଇଥିଲେ। ମାସ୍କ ନ ପିନ୍ଧି କାହିଁକି ବୁଲୁଛ ପଚାରିବାରୁ ଉପସ୍ଥିତ ପୁଲିସ୍‌ ଓ ମାଜିଷ୍ଟ୍ରେଟଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ପୁଲିସ୍‌ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ଚାପୁଡା ମାରିଥିଲେ।

ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇ ସେହିଦିନ ସମାଧାନ ହୋଇଥିଲା ବୋଲି ପୁଲିସ୍‌ କହିଥିଲା। କିନ୍ତୁ ସପ୍ତାହକ ପରେ ଭିଡ଼ିଓ ଭାଇରାଲ ହୋଇଛି। ଘଟଣା ପରେ ପୁଲିସ୍‌ ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିବୃତ୍ତି ଜାରି କରାଯାଇଛି । ଭିଡିଓର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ନିୟମକୁ କଡ଼ାକଡ଼ି କରିଛନ୍ତି। ଯେଉଁମାନେ ନିୟମ ଭାଙ୍ଗିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

The post ମାସ୍କ ନ ପିନ୍ଧି ରାସ୍ତାରେ ବୁଲୁଥିଲେ ଯୁବକ, ନିର୍ଧୁମ ଛେଚିଲା ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/32APhEd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages