ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସ୍ଥିତିରେ କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷରେ ପହଞ୍ଚିଥିବା ବେଳେ ମୋଦି ସରକାରଙ୍କ ଗତ ୭ ମାସର ସଫଳତାର ତାଲିକା ଦେଇଛନ୍ତି ରାହୁଲ।
ଏକ ଟ୍ୱିଟ୍ ଜରିଆରେ ସେ ରାଜସ୍ଥାନର ରାଜନୈତିକ ସଂଗ୍ରାମ ବିଷୟରେ ମଧ୍ୟ କହିଛନ୍ତି। ଗେହଲଟ୍ ସରକାରକୁ ଭାଙ୍ଗିବାର ଯୋଜନା କରୁଥିବା ନେଇ ରାହୁଲ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।
ଟ୍ୱିଟ୍ ମାଧ୍ୟମରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କଲେ ରାହୁଲ ଗାନ୍ଧି। କରୋନା କାଳରେ ଗତ ୭ ମାସରେ ମୋଦି ସରକାରଙ୍କୁ ତାଙ୍କ ସଫଳତାର ତାଲିକା ଦେଲେ ରାହୁଲ। ରାହୁଲ ଲେଖିଛନ୍ତି, “ଫେବୃୟାରୀ- ନମସ୍ତେ ଟ୍ରମ୍ପ, ମାର୍ଚ୍ଚ- ଏମପିରେ ସରକାର ଭାଙ୍ଗିବା, ଏପ୍ରିଲ- ମହମବତୀ ଜଳାଇଲେ, ମେ’- ସରକାରଙ୍କ ୬ଷ୍ଠ ବାର୍ଷିକୀ, ଜୁନ- ବିହାରରେ ଭର୍ଚୁଆଲ୍ ରାଲି, ଜୁଲାଇ- ରାଜସ୍ଥାନରେ ସରକାର ଭାଙ୍ଗିବାର ପ୍ରଚେଷ୍ଠା। ଏହି କାରଣରୁ ଦେଶ ଆଜି କରୋନା ଲଢ଼େଇରେ ଆତ୍ମନିର୍ଭର ରହିଛି।”
कोरोना काल में सरकार की उपलब्धियां:
● फरवरी- नमस्ते ट्रंप
● मार्च- MP में सरकार गिराई
● अप्रैल- मोमबत्ती जलवाई
● मई- सरकार की 6वीं सालगिरह
● जून- बिहार में वर्चुअल रैली
● जुलाई- राजस्थान सरकार गिराने की कोशिशइसी लिए देश कोरोना की लड़ाई में ‘आत्मनिर्भर’ है।
— Rahul Gandhi (@RahulGandhi) July 21, 2020
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ବର୍ତ୍ତମାନ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୧ ଲକ୍ଷ ଟପିଛି। ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ସର୍ବାଧିକ ୪୦,୪୨୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଆଯାଇଥିବା ବେଳେ ୬୮୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ଦେଶରେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୨୭,୪୯୭ରେ ପହଞ୍ଚିଛି।
The post ମୋଦି ସରକାରଙ୍କ ୭ ମାସର ସଫଳତାର ତାଲିକା ଦେଲେ ରାହୁଲ appeared first on Odisha Reporter.
from Odisha Reporter https://ift.tt/3jwy8BN
No comments:
Post a Comment