ବିଜେପିରେ ମିଶିଲେ କଂଗ୍ରେସ ବିଧାୟକ, ଧାଡ଼ିରେ ଅଛନ୍ତି ଆଉ ୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

ବିଜେପିରେ ମିଶିଲେ କଂଗ୍ରେସ ବିଧାୟକ, ଧାଡ଼ିରେ ଅଛନ୍ତି ଆଉ ୬

ଭୋପାଲ: ରାଜସ୍ଥାନର ହାଇଡ୍ରାମା ମଧ୍ୟରେ କଂଗ୍ରେସକୁ ମଧ୍ୟପ୍ରଦେଶରେ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶର ୨୪ଟି ଆସନରେ ଉପ ନିର୍ବାଚନ ହେବା ପୂର୍ବରୁ ଜଣେ କଂଗ୍ରେସ ବିଧାୟକ ବିଜେପିରେ ମିଶିଛନ୍ତି। ପ୍ରଥମଥର ବିଧାୟକ ହୋଇଥିବା ପ୍ରଦ୍ୟୁମ୍ନ ସିଂହ ଲୋଧି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଉମା ଭାରତୀଙ୍କୁ ଭେଟିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସେ ବିଜେପିରେ ମିଶିବା ପରେ କଂଗ୍ରେସ ଆଶ୍ଚର୍ଯ୍ୟ ଚକିତ ହୋଇଛି। କେବଳ ଲୋଧି ନୁହନ୍ତି, ବୁନ୍ଦେଲଖଣ୍ଡ ଅଞ୍ଚଳର ଆଉ ୬ ଜଣ କଂଗ୍ରେସ ବିଧାୟକ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି।

ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ରାମେଶ୍ୱର ଶର୍ମା କହିଛନ୍ତି, ଶନିବାର ପ୍ରଦ୍ୟୁମ୍ନ ସିଂହ ଲୋଧି ନିଜର ଇସ୍ତଫାପତ୍ର ପଠାଇଥିଲେ। ମୁଁ ତାଙ୍କୁ ଆଉ ଥରେ ପୂରା ସ୍ଥିତିକୁ ଭାବିବା ପାଇଁ ପରାମର୍ଶ ଦେଇଥିଲି। ହେଲେ ସେ ମୋତେ ପୁଣିଥରେ ସାକ୍ଷାତ କରି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକ୍ରମେ ଏହି ଇସ୍ତଫାପତ୍ରକୁ ଗ୍ରହଣ କରାଯାଇଛି।

ସୂଚନା ଅନୁଯାୟୀ, ବଡା ମଲହାର ଆସନରେ ବିଜେପି କ୍ରମାଗତ ୨୦ ବର୍ଷ ହେଲା ଜିତି ଆସୁଥିଲା। ହେଲେ ୨୦୧୮ରେ ଲୋଧି ହିଁ ବିଜେପିର ବିଜୟ ରଥରେ ରୋକ ଲଗାଇଥିଲେ। ସେ ରାଜ୍ୟର ମନ୍ତ୍ରୀ ଲଳିତ ଯାଦବଙ୍କୁ ପରାସ୍ତ କରିଥିଲେ।

୨୦୧୮ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସରକାର ଗଠନ କରିଥିଲା। ହେଲେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଜ୍ୟୋତିର ଆଦିତ୍ୟ ସିନ୍ଧିଆଙ୍କ ସହ ୨୨ ଜଣ କଂଗ୍ରେସ ବିଧାୟକ ଦଳ ଛାଡ଼ିବାରୁ ବିଜେପି କ୍ଷମତା ଦଖଲ କରିଥିଲା।

The post ବିଜେପିରେ ମିଶିଲେ କଂଗ୍ରେସ ବିଧାୟକ, ଧାଡ଼ିରେ ଅଛନ୍ତି ଆଉ ୬ appeared first on Odisha Reporter.



from Odisha Reporter https://ift.tt/3gT3dNQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages