ଟ୍ରାଫିକ୍‌ ଗେଟ୍‌ ମାର୍କେଟ୍‌ ବସ୍ତି କଣ୍ଟେନ୍‌ମେଣ୍ଟ ଜୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 12, 2020

ଟ୍ରାଫିକ୍‌ ଗେଟ୍‌ ମାର୍କେଟ୍‌ ବସ୍ତି କଣ୍ଟେନ୍‌ମେଣ୍ଟ ଜୋନ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହର ସ୍ଥିତ ଜିଟି ଲେନ୍‌ ଅଞ୍ଚଳରେ ଥିବା ଟ୍ରାଫିକ ଗେଟ୍‌ ମାର୍କେଟ ବସ୍ତି ଏବଂ ପରିବା ବଜ଼ାର ଏରିଆକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗତକାଲି ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

ଏହି ବସ୍ତିର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅଞ୍ଚଳକୁ ବ୍ୟାରିକେଡ୍‌ କରାଯାଇଛି। ଆଜି ଏହି ଅଞ୍ଚଳକୁ ସାନିଟାଇଜ୍‌ କରାଯିବ।

ଅନ୍ୟପକ୍ଷରେ ଆଜିଠାରୁ ୧୫ ତାରିଖ ଯାଏ ରାଉରକେଲା ସରକାରୀ ଡାକ୍ତରଖାନାର ଓପିଡି ବନ୍ଦ ରହିବ। ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଡାକ୍ତରଖାନା ନଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ଟ୍ରୋମା ଓ ଏମର୍ଜେନ୍ସି ଓପିଡି ଖୋଲା ରହିବ ବୋଲି ଆରଜିଏଚ୍‌ ନିର୍ଦ୍ଦେଶକ କହିଛନ୍ତି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬୮ରେ ପହଞ୍ଚିଛି।  ବିଭିନ୍ନ କୋଭିଡ୍‌ ହସପିଟାଲରେ  ୪୧୯ ଜଣ ଚିକିତ୍ସିତ ହେଉଛନ୍ତି।  ୨୪୭ ଜଣ ସୁସ୍ଥ ହୋଇଛନ୍ତି।

The post ଟ୍ରାଫିକ୍‌ ଗେଟ୍‌ ମାର୍କେଟ୍‌ ବସ୍ତି କଣ୍ଟେନ୍‌ମେଣ୍ଟ ଜୋନ୍‌ appeared first on Odisha Reporter.



from Odisha Reporter https://ift.tt/3gQ5SaX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages