ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଗଲା କୁଆଡ଼େ? ରିୟାଙ୍କ ଉପରକୁ ଉଠିଲା ଆଙ୍ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 28, 2020

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଗଲା କୁଆଡ଼େ? ରିୟାଙ୍କ ଉପରକୁ ଉଠିଲା ଆଙ୍ଗୁଳି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଦେଢ଼ ମାସ ପରେ ତାଙ୍କ ବାପା କେ.କେ ସିଂହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଥାନାରେ ଏତଲା ଦେବା ସହିତ ଅନେକ ଗୁରୁତର ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୫ କୋଟି ଟଙ୍କା ସେହି ସବୁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି, ଯେଉଁମାନଙ୍କ ସହିତ ତାଙ୍କର କିଛି ସମ୍ପର୍କ ନଥିଲା। ୨୦୧୯ରେ ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ତେବେ ଗତ କିଛି ମାସ ମଧ୍ୟରେ ସେଥରୁ ୧୫ କୋଟି ଟଙ୍କା ଉଠାଯାଇଥିଲା।

ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଉଠାଯିବା ନେଇ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସନ୍ଦେହ କରିଛନ୍ତି କେ.କେ ସିଂହ। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ରିୟା ଓ ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେଉଁ କେଉଁ ଆକାଉଣ୍ଟରୁ କେତେ ଟଙ୍କା ଆସିଛି, ତା’ର ତଦନ୍ତ ହେବା ନିହାତି ଜରୁରୀ।

ଏହା ସହିତ ସୁଶାନ୍ତ ସିଂହ ରାଜପୁତଙ୍କ ବାପା ଆହୁରି ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସୁଶାନ୍ତ ଫିଲ୍ମ ଛାଡ଼ି କେରଳ ଯାଇ ଚାଷବାସ କରିବାକୁ ଚାହୁଁଥିଲେ। କିନ୍ତୁ ରିୟା ଏଥିପାଇଁ ରାଜି ହୋଇ ନଥିଲେ। ସେ ସୁଶାନ୍ତଙ୍କ ସହିତ ସେଠାକୁ ଯାଇପାରିବେ ନାହିଁ ବୋଲି କହିଥିଲେ। ଏହା ସତ୍ତ୍ୱେ ସୁଶାନ୍ତ ତାଙ୍କ ଜିଦ୍‌ରେ ଅଟଳ ରହିବାରୁ ରିୟା ତାଙ୍କର ସମସ୍ତ ଗହଣା, ଟଙ୍କା, କ୍ରେଡିଟ୍ କାର୍ଡ, ଜରୁରୀ କାଗଜପତ୍ର, ମେଡିକାଲ ରିପୋର୍ଟ ଓ ଲାପ୍‌ଟପ୍ ନେଇ ନିଜ ଘରକୁ ପଳାଇଥିଲେ। ସୁଶାନ୍ତ ଏ ବିଷୟରେ ତାଙ୍କ ଭଉଣୀଙ୍କୁ ଜଣାଇଥିଲେ। ରିୟା ତାଙ୍କ ଘରକୁ ପଳାଇ ସୁଶାନ୍ତଙ୍କୁ ବ୍ଲାକ୍‌ମେଲିଂ କରିଥିଲେ। ସେ ମିଡିଆ ସମ୍ମୁଖରେ ତାଙ୍କର ସମସ୍ତ ମେଡିକାଲ୍ ରିପୋର୍ଟ ଦେଖାଇ ତାଙ୍କୁ ପାଗଳ ସାବ୍ୟସ୍ତ କରିଦେବେ ବୋଲି କହିଥିଲେ। ଏହା ଫଳରେ ତାଙ୍କୁ ଆଉ କେହି ଫିଲ୍ମ ଦେବେ ନାହିଁ ବୋଲି ଧମକ ଦେଇଥିଲେ।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କହିଛନ୍ତି ୨୦୧୯ରେ ରିୟା ସହିତ ସଂପର୍କ ବଢ଼ାଇବା ପୂର୍ବରୁ ସେ ପୂରା ଠିକ୍ ଥିଲେ। ରିୟାଙ୍କ ସହିତ ସାକ୍ଷାତ ହେବାର ମାତ୍ର କିଛି ମାସ ମଧ୍ୟରେ ଏମିତି କ’ଣ ହେଲା ଯେ ସେ ମାନସିକ ରୋଗୀ ହୋଇଗଲେ? ଏହାର ତଦନ୍ତ ହେବା ଜରୁରୀ। ଯଦି ତାଙ୍କର କିଛି ମାନସିକ ସମସ୍ୟା ଥିଲା, ତା’ହେଲେ ତାଙ୍କ ପରିବାର ଲୋକଙ୍କୁ କାହିଁକି କୁହାଗଲା ନାହିଁ? ଏଭଳି କ୍ଷେତ୍ରରେ ପରିବାର ଲୋକଙ୍କୁ ପ୍ରଥମେ ସୂଚିତ କରାଯିବା ଉଚିତ୍।

କେ.କେ ସିଂହ ଆହୁରି କହିଛନ୍ତି ଯେ ସୁଶାନ୍ତଙ୍କୁ ରିୟା ତାଙ୍କ ଘରକୁ ନେଇଯାଇଥିଲେ ଓ ଔଷଧର ଓଭର ଡୋଜ୍ ଦେଉଥିଲେ। ଆଉ ସମସ୍ତଙ୍କୁ କହିଥିଲେ ଯେ ସୁଶାନ୍ତଙ୍କୁ ଡେଙ୍ଗୁ ହୋଇଛି। ସେହିଭଳି ସୁଶାନ୍ତଙ୍କୁ କୌଣସି ଫିଲ୍ମ ସାଇନ୍ କରିବାକୁ ଦେଉ ନଥିଲେ ରିୟା। ଯେଉଁ ଫିଲ୍ମ ପାଇଁ ସୁଶାନ୍ତଙ୍କୁ ଅଫର ଆସୁଥିଲା ସେଥିରେ ନାୟିକା ଭାବେ ଅଭିନୟ କରିବାକୁ ଚାହୁଁଥିଲେ ରିୟା। ଏଥିପାଇଁ ନିର୍ମାତାଙ୍କ ପାଖରେ ସର୍ତ୍ତ ରଖିବାକୁ ସୁଶାନ୍ତଙ୍କୁ ବାଧ୍ୟ କରୁଥିଲେ। ସୁଶାନ୍ତଙ୍କୁ ମାଧ୍ୟମ କରି ରିୟା ଫିଲ୍ମ ପାଇବାକୁ ଲକ୍ଷ୍ୟ ରଖିଥିଲେ। ସେହି ଉଦ୍ଦେଶ୍ୟରେ ସେ ତାଙ୍କର ନିକଟତର ହୋଇଥିଲେ।

ଏତିକିରେ ଶେଷ ହୋଇନି ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ଅଭିଯୋଗ। ସେ କହିଛନ୍ତି ଯେ ସୁଶାନ୍ତଙ୍କ ସମସ୍ତ ବିଶ୍ୱସ୍ତ ଓ ପୁରୁଣା କର୍ମଚାରୀଙ୍କୁ ରିୟା ହଟାଇ ଦେଇଥିଲେ। ସୁଶାନ୍ତଙ୍କ ଉପରେ ସବୁବେଳେ ନଜର ରଖିବାକୁ ସେ ନିଜେ କିଛି ଚିହ୍ନାଜଣା ଲୋକଙ୍କୁ କର୍ମଚାରୀ ଭାବେ ନିଯୁକ୍ତି ଦେଇଥିଲେ। ୨୦୧୯ ଡିସେମ୍ବରରେ ରିୟା ଜୋର କରି ସୁଶାନ୍ତଙ୍କ ନମ୍ବର ବଦଳାଇ ଦେଇଥିଲେ। ଉଦ୍ଦେଶ୍ୟ ଥିଲା ପରିବାର ଓ ଅନ୍ୟ ଘନିଷ୍ଠ ବନ୍ଧୁଙ୍କ ଠାରୁ ତାଙ୍କୁ ଦୂରେଇ ରଖିବ। ଏମିତିକି ସୁଶାନ୍ତଙ୍କୁ ପାଟଣା ଆସି ପରିବାର ଲୋକଙ୍କୁ ଭେଟିବାକୁ ମଧ୍ୟ ଦେଇ ନଥିଲେ ରିୟା।

ସୁଶାନ୍ତଙ୍କ ବାପା ଏତଲା ଦେବା ପରେ ପାଟଣା ପୁଲିସ୍‌ର ଏକ ଚାରି ଜଣିଆ ଟିମ୍‌ ତଦନ୍ତ ପାଇଁ ମୁମ୍ବାଇ ଯାଇଛି। ଏତଲାରେ ରିୟାଙ୍କ ବ୍ୟତୀତ ଅନ୍ୟ ୬ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ରିୟାଙ୍କ ପରିବାର ଲୋକ ମଧ୍ୟ ରହିଛନ୍ତି।

The post ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଗଲା କୁଆଡ଼େ? ରିୟାଙ୍କ ଉପରକୁ ଉଠିଲା ଆଙ୍ଗୁଳି appeared first on Odisha Reporter.



from Odisha Reporter https://ift.tt/2X5AKwx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages