ପୁଲିସ ରେଡ୍ ପୂର୍ବରୁ ବିକାଶ ଦୁବେକୁ ଆସିଥିଲା ଏକ ଫୋନ୍ କଲ୍, ଆଉ ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ପୁଲିସ ରେଡ୍ ପୂର୍ବରୁ ବିକାଶ ଦୁବେକୁ ଆସିଥିଲା ଏକ ଫୋନ୍ କଲ୍, ଆଉ ତା’ପରେ…

କାନପୁର: କାନପୁର ପୁଲିସ ଟିମ୍ ଉପରେ ହୋଇଥିବା ଆକ୍ରମଣ ନେଇ କୁଖ୍ୟାତ ଅପରାଧୀ ବିକାଶ ଦୁବେ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ। ଏହି କ୍ରମରେ ରବିବାର ବିକାଶ ଦୁବେର ଜଣେ ସହାୟକକୁ ପୁଲିସ ଗିରଫ କରିଛି। ଗିରଫ ଦୟାଶଙ୍କର ଅଗ୍ନିହୋତ୍ରୀ ପୁଲିସ ଜେରା ସମୟରେ ଅନେକ ତଥ୍ୟର ଖୁଲାସା କରିଛି।

ଦୟାଶଙ୍କର ପୁଲିସକୁ କହିଛି ଯେ, ପୁଲିସ ସହ ମୁହାଁମୁହିଁ ହେବା ସମୟରେ ଦୁବେ ନିଜେ ବନ୍ଧୁକ ଧରି ଗୁଳିଚାଳନା କରିଥିଲା। ତେବେ ଏ ବନ୍ଧୁକ ଦୟାଶଙ୍କର ନାଁରେ ଥିଲା ବୋଲି ସେ ପୁଲିସକୁ କହିଛି।

ପ୍ରାଥମିକ ଜେରାରେ ଦୟାଶଙ୍କର ପୁଲିସକୁ କହିଛି ଯେ, ଘଟଣା ପୂର୍ବରୁ ଦୁବେକୁ ଏକ ଫୋନ୍ ଆସିଥିଲା। ଏହା ପରେ ସେ ୨୫-୩୦ ଜଣ ଲୋକଙ୍କୁ ଘରକୁ ଡକାଇଲା। ଏହାଛଡ଼ା ରାସ୍ତାରେ ଜେସିବି ଛିଡ଼ା କରି ପୁଲିସ ଟିମର ରାସ୍ତା ରୋକିବାକୁ ପ୍ଲାନ୍ କରିଥିଲା।

ତେବେ ଏହି ଫୋନ୍ କଲଟି ଥାନାରୁ ମଧ୍ୟ ଆସିଥାଇପାରେ ବୋଲି ଦୟାଶଙ୍କର କହିଛି। ସେ ପୁଣି କହିଛି, ଦୁବେର ସହାୟକମାନଙ୍କ ବୈଠକ ସେହି ଗାଁ ନିକଟସ୍ଥ ଏକ ବଗିଚାରେ ଆୟୋଜିତ ହୁଏ। ଦୁବେ ନିଜ ସାଥୀମାନଙ୍କୁ ଫୋନ କରି ସେଠାକୁ ଡକାଏ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୟାଶଙ୍କର ପୁଲିସକୁ କହିଛି ଯେ, ପୁଲିସ ରେଡ୍ ପୂର୍ବରୁ ଦୁବେକୁ ପୋଲିସ ଷ୍ଟେସନରୁ ହିଁ ଫୋନ ଯୋଗେ ସୂଚନା ମିଳିଥିଲା। ଏହା ପରେ ସେ ତତକ୍ଷଣାତ୍ ୨୫-୩୦ ଜଣ ଲୋକଙ୍କୁ ଡକାଇଲା। ଦୁବେ ନିଜେ ପୁଲିସ ଉପରକୁ ଫାଏରିଂ କଲା। ତେବେ ପୁଲିସ -ଦୁବେ ମୁହାଁମୁହିଁ ବେଳେ ଦୟାଶଙ୍କର ଘର ଭିତରେ ବନ୍ଦ ହୋଇ ରହିଥିବାରୁ ସେ ବିଶେଷ କିଛି ଦେଖିନାହିଁ ବୋଲି କହିଛି।

ପ୍ରକାଶ ଥାଉ କି, ଦୁବେର ୧୮ଜଣ ସହାୟକ ଥିଲେ, ଯେଉଁମାନେ ବିକରୁ ଗ୍ରାମରେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ସେମାନଙ୍କ ମଧ୍ୟରୁ ଦୟାଶଙ୍କର ହେଉଛି ଅନ୍ୟତମ।

ଉଲ୍ଲେଖଯୋଗ୍ୟ, ୬୦ରୁ ଅଧିକ ଅପରାଧରେ ଜଡ଼ିତ ଥିବା ଦୁବେ ଗୁରୁବାର ରାତିରେ ବିକରୁ ଗାଁରେ ଲୁଚିଥିବା ଖବର ମିଳିବା ପରେ ପୁଲିସ୍ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ତେବେ ବିକାଶ ଜେସିବିକୁ ଆଗରେ ଥୋଇ ପୁଲିସ୍ ଗାଡ଼ିକୁ ଅଟକାଇ ଦେଇଥିଲା। ପୁଲିସ ଟିମ୍ ଗାଡ଼ିରୁ ଓହ୍ଲାଇବା ପରେ ଛାତ ଉପରୁ ହିଁ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୮ ଜଣ ପୁଲିସ୍ ସହିଦ ହୋଇଛନ୍ତି।

The post ପୁଲିସ ରେଡ୍ ପୂର୍ବରୁ ବିକାଶ ଦୁବେକୁ ଆସିଥିଲା ଏକ ଫୋନ୍ କଲ୍, ଆଉ ତା’ପରେ… appeared first on Odisha Reporter.



from Odisha Reporter https://ift.tt/3gqNchO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages