ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ମହିଳା ରୋଗୀ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାବ୍ୟତୀତ ପ୍ଲାଜମା ନେଇଥିବା ବହୁ ଗୁରୁତର ଆକ୍ରାନ୍ତ ଦ୍ରୁତ ଆରୋଗ୍ୟ ଲାଭ କରୁଥିବାରୁ ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। କରୋନା ମୁକାବିଲା ନିମନ୍ତେ ଏବେ ଏହା ମୁଖ୍ୟ ଅସ୍ତ୍ର ସାଜିଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ପୂର୍ବରୁ ୨ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇଥିବା ବେଳେ ଏବେ ଆଉ ୩ଟି ବ୍ୟାଙ୍କ ଖୋଲିବ। ସେହିପରି ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କଟକ ଏସ୍ସିବି ମେଡିକାଲ କଲେଜ୍ ଏବଂ ରାଉରକେଲା ଆଇଜିଏଚ୍ ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍, ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ବୁର୍ଲା ଭିମ୍ସାରରେ ପ୍ଲାଜମା ବ୍ୟାଙ୍କ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଇ ୩ଟି ବ୍ୟାଙ୍କ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ୫ରେ ପହଞ୍ଚିବ ।
ମନ୍ତ୍ରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲା ବୁଲି କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବେ । ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ ଦାୟିତ୍ୱ ମିଳିଛି । ସେହିପରି ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡ଼ା, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା ଓ ବୌଦ୍ଧ, ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଓ କଟକ, ଅରୁଣ ସାହୁଙ୍କୁ ନୟାଗଡ଼ ଓ ଖୋର୍ଦ୍ଧା, ସୁଦାମ ମାର୍ଣ୍ଡିଙ୍କୁ ସୋନପୁର ଦାୟିତ୍ୱ ମିଳିଛି ।
The post ପ୍ଲାଜମା ଦେବାକୁ ଉତ୍ସାହିତ କରିବେ ମନ୍ତ୍ରୀ, ଖୋଲିବ ଆଉ ୩ ପ୍ଲାଜମା ବ୍ୟାଙ୍କ appeared first on Odisha Reporter.
from Odisha Reporter https://ift.tt/2ZVIu6m
No comments:
Post a Comment