ପୁଲିସ୍‌ କର୍ମଚାରୀଙ୍କୁ ଫିଟନେସ୍ ଟାର୍ଗେଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

ପୁଲିସ୍‌ କର୍ମଚାରୀଙ୍କୁ ଫିଟନେସ୍ ଟାର୍ଗେଟ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଗଧାଡ଼ିର କରୋନା ଯୋଦ୍ଧା ସାଜିଥିବା ପୁଲିସ୍‌ କର୍ମଚାରୀଙ୍କୁ ଫିଟନେସ୍ ଟାର୍ଗେଟ ଦେଲେ କମିଶନର। କମିଶନରେଟ ପୁଲିସ୍‌ର ସମସ୍ତ କର୍ମଚାରୀଙ୍କୁ ଏହି ଟାର୍ଗେଟ ଦିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କଲେ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏହାକୁ ନେଇ ପୁଲିସ୍‌ ମହଲରେ ଛନକା ପଶି ଯାଇଛି। କରୋନା ଆରମ୍ଭ ହେବା ଦିନଠୁ ଖରା, ବର୍ଷାରେ ଦିନ ରାତି ରାସ୍ତାରେ ଛିଡ଼ା ହୋଇ ଅବସ୍ଥା ଘାଇଲା ହୋଇଯାଇଥିବା ବେଳେ କମିଶନରଙ୍କ ନିର୍ଦ୍ଦେଶ ଏବେ ପୁଲିସ୍‌ ବାବୁଙ୍କ ଆଖିରୁ ନିଦ ହଜାଇ ଦେଇଛି।

କମିଶନରଙ୍କ ନିର୍ଦ୍ଦେଶ ମୁତାବକ, ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ। ସବୁ କର୍ମଚାରୀଙ୍କୁ ସେମାନଙ୍କ ବଡି ମାସ୍ ଇଣ୍ଡେକ୍ସ ଲିଖିତ ଭାବେ ଦିଆଯିବ। ବୟସ, ଉଚ୍ଚତା ଅନୁସାରେ ଓଜନ କେତେ ହେବା କଥା ସେ ସମ୍ପର୍କରେ ମଧ୍ୟ କୁହାଯିବ। ୧୯ରୁ ୨୫ ଯାଏ BMI (Body mass index ) ସ୍ୱାଭାବିକ, ୩୦ ହେଲେ ମେଦବହୁଳତା ବୋଲି ଧରାଯିବ। କମିଶନରେଟ ପୁଲିସ୍‌ର ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଓଜନ, BMI କେତେ ରହିବା ଉଚିତ ସେ ସମ୍ପର୍କରେ ଜୁଲାଇ ୩୦ ସୁଦ୍ଧା ଅବଗତ କରାଯିବ।

ଏହାର ୩ ମାସ ପରେ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ନିଆଯିବ। ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ, ପରଖାଯିବ।  ଯାହାର BMI ୩୦ ଉପରେ ଥିବ, ବାଧ୍ୟତାମୂଳକ ବ୍ୟାୟାମ କରିବେ। ବାଧ୍ୟତାମୂଳକ ବ୍ୟାୟାମ ସହ ୬ ସପ୍ତାହ ରିଫ୍ରେସର କୋର୍ସ କରିବେ। ଯେଉଁମାନେ ଆଦେଶକୁ ଗୁରୁତ୍ୱ ଦେବେନି, କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କଡ଼ା ତାଗିଦ କରିଛନ୍ତି ସିପି।  ଏପରିକି ସେମାନଙ୍କ ଇନକ୍ରିମେଣ୍ଟ ମଧ୍ୟ ବନ୍ଦ କରାଯାଇପାରେ। ନଚେତ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ବି ଦିଆଯାଇପାରେ ବୋଲି ଚେତାଇ ଦେଇଛନ୍ତି।

The post ପୁଲିସ୍‌ କର୍ମଚାରୀଙ୍କୁ ଫିଟନେସ୍ ଟାର୍ଗେଟ ! appeared first on Odisha Reporter.



from Odisha Reporter https://ift.tt/3fFGEM8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages