ଆଜିଠୁ ପୁରୀ ଜିଲ୍ଲାକୁ ପ୍ରବେଶ ଉପରେ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 4, 2020

ଆଜିଠୁ ପୁରୀ ଜିଲ୍ଲାକୁ ପ୍ରବେଶ ଉପରେ କଟକଣା

ପୁରୀ (ଓଡ଼ିଶା ରିପୋର୍ଟର): ରଥଯାତ୍ରା ସଂପନ୍ନ ହୋଇଯାଇଥିବା ବେଳେ ଆଜିଠୁ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ପୁରୀ ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନଥିଲେ ପ୍ରବେଶ ନିମନ୍ତେ କୌଣସି ଅନୁମତି ଦିଆଯିବ ନାହିଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାର ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ। ତା’ସହ ସେ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରହିବ।

ଜିଲ୍ଲାପାଳ କହିଛନ୍ତି, କଟକ, ଭୁବନେଶ୍ୱର ଅବା ବ୍ରହ୍ମପୁରର ଆଦିରୁ କେବଳ ବୁଲିବା ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ଆମେ ନାକାବନ୍ଦୀ କରିବୁ। ତେଣୁ ନିହାତି ଜରୁରୀ କାମ ଥିଲେ ରେଜିଷ୍ଟ୍ରେସନ୍ କରି ଆସିବେ। ଆମେ ଦେଖୁଛୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଦି ସ୍ଥାନରେ ଅନେକ କରୋନା ପଜିଟିଭ୍ କେସ୍ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

 

The post ଆଜିଠୁ ପୁରୀ ଜିଲ୍ଲାକୁ ପ୍ରବେଶ ଉପରେ କଟକଣା appeared first on Odisha Reporter.



from Odisha Reporter https://ift.tt/3f2rPmv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages