ଚୀନ ସହ ସୀମା ବିବାଦ ବେଳେ ଭାରତକୁ ଅନେକ ଦେଶର ସମର୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

ଚୀନ ସହ ସୀମା ବିବାଦ ବେଳେ ଭାରତକୁ ଅନେକ ଦେଶର ସମର୍ଥନ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସିରେ ଚୀନ ସହିତ ଭାରତର ବିବାଦ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବୁଢ଼ୁଥିବା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଗୋଟିଏ ଇଞ୍ଚ ଜାଗା ଭାରତ ଦେବ ନାହିଁ ବୋଲି କହିଛି। ଚୀନକୁ ମାତ୍ ଦେବା ପାଇଁ ଭାରତ ‘ଡିଜିଟାଲ ଷ୍ଟ୍ରାଇକ୍’ ମଧ୍ୟ କରିଛି। ତେବେ ଭାରତର ଏହି ଷ୍ଟ୍ରାଇକ୍ ଚୀନକୁ ଝଟକା ଦେଇଛି। ତେଣୁ ବେଜିଂ ଏବେ ଭାରତକୁ ଚେତାବନୀ ଦେଉଛି।

ଏହାରି ଭିତରେ ଭାରତର ଚୀନ୍ ବିରୋଧୀ ପଦକ୍ଷେପକୁ ଆମେରିକା, ଜାପାନ ସମେତ ଅନେକ ଦେଶ ସମର୍ଥନ କରିଛନ୍ତି। ଭାରତ ସପକ୍ଷରେ ଅନେକ ଦେଶ ସମର୍ଥନରେ ବାହାରିବା ଆଗାମୀ ଦିନରେ ଚୀନ୍ ପାଇଁ ଚିନ୍ତାଜନକ ହୋଇପାରେ।

ଆମେରିକା

ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ କରୋନା ଭାଇରସ ପାଇଁ ବାରମ୍ବାର ଦାୟୀ କରି ଆସୁଛନ୍ତି। ଏବେ ସୀମା ବିବାଦକୁ ନେଇ ଟୀନକୁ ଦାୟୀ କରିଛନ୍ତି ଟ୍ରମ୍ପ। ବୁଧବାର ହ୍ୱାଇଟ୍ ହାଉସର ପ୍ରେସ ସଚିବ କାଏଲେ ମୋକନେନୀ କହିଛନ୍ତି, ଭାରତ ବିରୋଧରେ ଚୀନର ଆକ୍ରମଣାତ୍ମକ ରଣନୀତି ଚୀନର କମ୍ୟୁନିଷ୍ଟ ପାର୍ଟିର ଅସଲ ଚେହେରାକୁ ପଦାରେ ପକାଇଛି। ଏମିତିକି ଭାରତର ଚୀନ ଆପ୍ସକୁ ବ୍ୟାନ କରିବା ନିଷ୍ପତ୍ତିକୁ ସମର୍ଥନ କରିଛି ଆମେରିକା।

ଫ୍ରାନ୍ସ

ଫ୍ରାନ୍ସ ମଧ୍ୟ ଭାରତକୁ ସମର୍ଥନ କରିଛି। ଏଲଏସିକୁ ନେଇ ଭାରତର ଆଭିମୁଖ୍ୟକୁ ସମର୍ଥନ କରିଛି ଫ୍ରାନ୍ସ। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ସମର୍ଥନ ବାବଦରେ ଜଣାଇଛନ୍ତି। ଫ୍ରାନ୍ସ ସେନା ଭାରତ ସହିତ ରହିଛି ବୋଲି ସେ କହିଛନ୍ତି। ଏହାବାଦ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀଙ୍କ ସହିତ ଏ ବାବଦରେ ମଙ୍ଗଳବାର କଥା ହୋଇଥିଲେ। ଭାରତ ଫ୍ରାନ୍ସ ପାଖରୁ 36ଟି ରାଫେଲ ବିମାନ କିଣିଛି। ଯାହାକି ଚଳିତ ମାସ ଭାରତରେ ପହଞ୍ଚିବ ବୋଲି ସୂଚନା ରହିଛି।

ଜାପାନ

ଜାପାନ ମଧ୍ୟ ସୀମା ବିବାଦକୁ ନେଇ ଭାରତ ସମର୍ଥନରେ ବାହାରିଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଜାପାନ ରାଜଦୂତ ସନ୍ତୋଷ ସୁଜୁକି ଭାରତର ବୈଦେଶିକ ସଚିବ ହର୍ଷ ଶ୍ରୀଂଗଲାକୁ ଭେଟି ସମର୍ଥନ ଜଣାଇଛନ୍ତି। ଭାରତ ଶାନ୍ତପୂର୍ଣ୍ଣ ଭାବରେ ବିବାଦର ସମାଧାନ ଚାହୁଁଥିବାରୁ ଜାପାନ ସମର୍ଥନ କରିଛି।

ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ କହିଛି ଇଣ୍ଡୋଫିକ କ୍ଷେତ୍ରରେ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ବଢ଼ିଛି। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆ ସେନାଙ୍କ ଉପରେ ଗୁରୁତ୍ୱ ଦେଇଛି। ଆଗାମୀ 10 ବର୍ଷରେ ଅଷ୍ଟ୍ରେଲିଆର ପ୍ରତିରକ୍ଷା ବଜେଟ୍ 270 ଅରବ ଡଲାର ହେବ। ଯାହାକି 40 ପ୍ରତିଶତ ବଢ଼ିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି।

ଏସିଆନ୍ ଦେଶ

ଦକ୍ଷିଣ-ପୂର୍ବ ଏସିଆ ଦେଶର ନେତା ମାନେ ମଧ୍ୟ ଦକ୍ଷିଣ ଚୀନ ସାଗରରେ ଚୀନର ଏକତରଫା କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି। 1982 ସମୁଦ୍ର ଚୁକ୍ତି ଅନୁଯାୟୀ ଚୀନ ନିଜର କାର୍ଯ୍ୟକଳାପ କରିବା ଦରକାର। ଚୀନ ସମୁଦ୍ର ଭିତରେ ନିଜର ପତିଆର ଦେଖାଇବାକୁ ଚେଷ୍ଟା କରୁଥିବାରୁ ଏସିଆନ ଦେଶ ମଧ୍ୟରେ ଥିବା ଭିଏତନାମା, ମାଲେଶିଆ, ଫିଲିପାଇନ୍ସ, ବ୍ରୁନେଇ ଭଳି ଦେଶ ପ୍ରଭାବିତ ହେବେ ବୋଲି ଆଶଙ୍କା କରିଛନ୍ତି।

The post ଚୀନ ସହ ସୀମା ବିବାଦ ବେଳେ ଭାରତକୁ ଅନେକ ଦେଶର ସମର୍ଥନ appeared first on Odisha Reporter.



from Odisha Reporter https://ift.tt/3iDZPrQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages