ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ଉପର ମୁହାଁ ହୋଇ ରହିଛି କରୋନା ଗ୍ରାଫ୍। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ୧୦,୬୭୨ରେ ପହଞ୍ଚିଛି। ଏଥିସହ ଜିଲ୍ଲାରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ମଧ୍ୟ ୯୯ ଛୁଇଁଲାଣି। ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ୩୦୦ ପାର୍ କରି ଯାଉଛି। ଏପରି ସ୍ଥିତିରେ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କମିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । କିନ୍ତୁ ଅଗଷ୍ଟ ମାସରେ ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ ସୂଚାଇ ଦେଇଛନ୍ତି ।
ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଲକ୍ଡାଉନ୍ ଓ ଅନ୍ୟ କଟକଣା ସମେତ ଜିଲ୍ଲାବାସୀ କୋଭିଡ୍ ନିୟମ ମାନୁଥିବାରୁ ସଂକ୍ରମଣ କମୁଛି । ଏହାସତ୍ତ୍ୱେ କରୋନା କଟକଣାକୁ ଜିଲ୍ଲାରେ କଡ଼ାକଡ଼ି ଭାବେ ପାଳନ କରାଯିବ। ଗଞ୍ଜାମ ଜିଲ୍ଲାର ସବୁ ପ୍ରବେଶ/ପ୍ରସ୍ଥାନ ପଥ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ।
ଗଞ୍ଜାମରେ ଏବେ ଡୋର୍ ଟୁ ଡୋର୍ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ମୁହଁରେ ମାସ୍କ ଠିକ୍ ଭାବେ ନ ପିନ୍ଧିଲେ ଜରିମାନା ଆଦାୟ ହେବ। ବ୍ରହ୍ମପୁରରେ ବି ସବୁ ପ୍ରବେଶ/ପ୍ରସ୍ଥାନ ପଥ ଉପରେ କଟକଣା ଲାଗିବ । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଶତକ ମୁହାଁ ହେଉଥିବା ବେଳେ ଏହାର କାରଣ ଅମ୍ଲଜାନ ସ୍ତର କମିବା ବୋଲି କହିଛନ୍ତି ଜିଲ୍ଲାପାଳ।
ଏହାବ୍ୟତୀତ ଜିଲ୍ଲାପାଳ କହିଛନ୍ତି, ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।ଦୋକାନ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍ ରଖିବେ ଦୋକାନୀ। ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍ କରିବେ । ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ।
The post ‘ଗଞ୍ଜାମ ପାଇଁ ଅଗଷ୍ଟ ବି ବିପଦ’ appeared first on Odisha Reporter.
from Odisha Reporter https://ift.tt/3k2eDkr
No comments:
Post a Comment