ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ନେଇଛି ଆଉ ୩ ମୁଣ୍ଡ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି।
୩ ମୃତକଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର। ତିନି ଜଣ ଯାକ ପୁରୁଷ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଯାହାର ମୃତ୍ୟୁ ଘଟିଛି, ତାଙ୍କୁ ୭୨ ବର୍ଷ ହୋଇଥିଲା। ସେହିପରି ଗଞ୍ଜାମ ଜିଲ୍ଲାର ଦୁଇ ମୃତକଙ୍କ ବୟସ ଯଥାକ୍ରମେ ୬୫ ଓ ୮୬ ବର୍ଷ। ୬୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍ରେ ପୀଡ଼ିତ ଥିଲେ। ଅନ୍ୟ ବୃଦ୍ଧ ଜଣଙ୍କର ଉଚ୍ଚ ରକ୍ତଚାପ ଥିଲା।
3. An 86-year old Male of Ganjam district who was also suffering from chronic Hypertension.
— H & FW Dept Odisha (@HFWOdisha) July 15, 2020
ଗଞ୍ଜାମ ଜିଲ୍ଲାରେ ଆଉ ୨ ଜଣଙ୍କ ମୃତ୍ୟୁ ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚି ଯାଇଛି। ସେହିଭଳି ଖୋର୍ଦ୍ଧାରେ ଏହି ସଂଖ୍ୟା ୧୩ରେ ପହଞ୍ଚିଛି।
ବାକି କରୋନା ମୃତକଙ୍କ ମଧ୍ୟରୁ କଟକରୁ ୮ ଜଣ ଥିବା ବେଳେ ପୁରୀରୁ ୨ ଜଣ ଅଛନ୍ତି। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।
ରାଜ୍ୟରେ ଆହୁରି ୨୪ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କିନ୍ତୁ କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ମୃତ୍ୟୁ କାରଣ ଅନ୍ୟାନ୍ୟ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୯୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯,୮୬୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪,୯୩୩ ଜଣ ଚିକିତ୍ସାଧୀନ ଅଛନ୍ତି।
The post ରାଜ୍ୟରେ କରୋନା ନେଲା ଆଉ ୩ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା appeared first on Odisha Reporter.
from Odisha Reporter https://ift.tt/2OsyVW2
No comments:
Post a Comment