ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 14, 2020

ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ଭାରତରେ ପ୍ରତିଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ଦିନକରେ ରେକର୍ଡ ସଂଖ୍ୟକ ୨୯,୪୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ ଏତେ ସଂଖ୍ୟକ ପଜିଟିଭ କେବେ ହେଲେ ବି ଗୋଟିଏ ଦିନରେ ଚିହ୍ନଟ ହୋଇ ନଥିଲେ। ହେଲେ ମଙ୍ଗଳବାର ସବୁ ପୁରୁଣା ରେକର୍ଡ ଭାଙ୍ଗିଯାଇଛି।

ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା ଆଉ ୫୮୨ ଜଣଙ୍କ ମୁଣ୍ଡ ନେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୩୬,୧୮୧କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୫,୯୨,୦୩୨ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ସଂଖ୍ୟା ୩,୧୯,୮୪୦ ରହିଛି।

୨୪ ଘଣ୍ଟାରେ ୫୮୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪,୩୦୯ ଛୁଇଁଛି।
ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଉଦବେଗ ଜନକ ଥିବା ବେଳେ ଏଠାରେ କରୋନା ୧୦,୬୯୫ ଜଣଙ୍କ ମୁଣ୍ଡ ନେଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨,୬୭,୬୬୫ ରହିଛି। ପ୍ରଭାବିତ ରାଜ୍ୟ ତାଲିକାରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୧,୪୭,୩୨୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯୯ ଜଣ ପ୍ରାଣ ହରାଇଛନ୍ତି ଓ ୯୭,୩୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦିଲ୍ଲୀରେ ୧୧୫୩୪୬ ଆକ୍ରାନ୍ତ ହୋଇଥିବା ବେଳେ ୩୪୪୬ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ୯୩୨୩୬ ଜଣ ସୁସ୍ଥ ହୋଇଛନ୍ତି ଓ ୧୮,୬୬୪ ଆକ୍ଟିଭ କେସ୍‌ ରହିଛି।

The post ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ appeared first on Odisha Reporter.



from Odisha Reporter https://ift.tt/3h18Vgq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages