ମୁଦିନେପଲ୍ଲୀ: କରୋନା ମହାମାରୀ ଯେପରି ମାରାତ୍ମକ ରୂପ ନେଉଛି, ଏହାର ମୁକାବିଲା ପାଇଁ ସତର୍କତା ହିଁ ଏକମାତ୍ର ଅସ୍ତ୍ର। କରୋନାରୁ ରକ୍ଷା ପାଇବାକୁ ହେଲେ, ପିପିଇ କିଟ୍, ହାତ ଗ୍ଲୋବ, ସାନିଟାଇଜର ଭଳି ଉପକରଣର ବ୍ୟବହାର କରିବା ଉଚିତ। ସେହିପରି ସାମାଜିକ ଦୂରତା ମଧ୍ୟ ପାଳନ କରିବା ଦରକାର।
ଏସବୁ ଭିତରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କି ଲକଡାଉନ ଭିତରେ ଏକ ବାହାଘରର ଆୟୋଜନ କରାଯାଇଛି। ଆୟୋଜକ ଲକଡାଉନର ସମସ୍ତ ନିୟମ ପାଳନ କରି ଏହି ବାହାଘର କରୁଛନ୍ତି। ଆପଣ ଭାବୁଥିବେ ଏପରି ବାହାଘର ତ ପ୍ରାୟ ସମସ୍ତେ କରୁଛନ୍ତି, ହେଲେ ଏଥିରେ ଅଲଗା କଣ? ବାହାଘର ଭୋଜି ସମୟରେ ସାମ୍ନାକୁ ଆସିଥିବା ଭିଡିଓରେ କିଛି ନୂଆ କଥା ରହିଛି। ଏଠାରେ ଲୋକଙ୍କୁ ଭୋଜି ପରସୁଥିବା ୱେଟର୍ମାନେ କରୋନା ମୁକାବିଲା ପାଇଁ ପିପିଇ କିଟ୍ ପିନ୍ଧିଛନ୍ତି। ସେହିପରି ଲୋକମାନେ ମଧ୍ୟ ସାମାଜିକ ଦୂରତା ରଖି ଭୋଜି ଖାଉଛନ୍ତି।
ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର ମୁଦିନେପଲ୍ଲୀ ଗ୍ରାମରେ ଗତ ୨୨ ତାରିଖରେ ଏକ ବାହାଘରର ଆୟୋଜନ କରାଯାଇଥିଲା। କ୍ରିଷ୍ଣା ଜିଲ୍ଲାର କୋଟି କ୍ୟାଟେରିଙ୍ଗ ସଂସ୍ଥା ଭୋଜି ପରସିବାର ଦାୟିତ୍ୱ ନେଇଥିଲା। ଆୟୋଜକ ତାଙ୍କୁ ୧୫୦ର ୨୦୦ ଲୋକଙ୍କ ପାଇଁ ଭୋଜିରେ ପ୍ଲେସ ପ୍ରସ୍ତୁତ କରିବାକୁ କହିଥିଲେ।
ଏହା ସହ କରୋନା କଟକଣାକୁ ଦୃଷ୍ଟିରେ ରଖି ଖାଦ୍ୟ ପରସିବାକୁ ଥିବା ଲୋକମାନେ ଯେମିତି ପିପିଇ କିଟ୍ ପିନ୍ଧିବେ, ତା’ର ବ୍ୟବସ୍ଥା କରିବାକୁ ଚୁକ୍ତି କରିଥିଲେ। ଏହି ଚୁକ୍ତି ଅନୁସାରେ, କ୍ୟାଟେରିଙ୍ଗ ତରଫରୁ ପିପିଇ କିଟ୍ ପିନ୍ଧି ଖାଦ୍ୟ ପରସା ଯାଇଥିଲା।
ଏବେ ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
The post ପିପିଇ କିଟ୍ ପିନ୍ଧି ବାହାଘରରେ ଭୋଜି ପରସିଲେ ୱେଟର୍, ଦେଖନ୍ତୁ ଭିଡିଓ… appeared first on Odisha Reporter.
from Odisha Reporter https://ift.tt/3eZjNKu
No comments:
Post a Comment