ରାଜଧାନୀର ଦୁଇଟି ଅଞ୍ଚଳ କଣ୍ଟେନମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 24, 2020

ରାଜଧାନୀର ଦୁଇଟି ଅଞ୍ଚଳ କଣ୍ଟେନମେଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାଜଧାନୀରୁ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ବିଏମ୍‌ସିର ଚିନ୍ତା ବଢ଼ାଇ ଦେଇଥିବା ବେଳେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ବିଜେବି ନଗର, ହରିନଗର ବସ୍ତି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କରୋନା ପଜିଟିଭ୍ ବାହାରିବା ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ କଣ୍ଟା୍ସ ଟ୍ରେସିଂ ମଧ୍ୟ କରାଯାଉଛି।

ବଡ଼ଗଡ଼ କେନାଲଠାରୁ ଗାୟତ୍ରୀ ମନ୍ଦିର, ଗାୟତ୍ରୀ ମନ୍ଦିରଠାରୁ ସ୍କଲାର ବଏଜ୍ ହଷ୍ଟେଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ସ୍କଲାର ବଏଜ୍ ହଷ୍ଟେଲଠାରୁ ହରିନଗର ବସ୍ତି ପ୍ରବେଶ ପଥ, ହରିନଗର ବସ୍ତି ପ୍ରବେଶ ପଥରୁ ବଡ଼ଗଡ଼ କେନାଲ ପର୍ଯ୍ୟନ୍ତ ଲାଗୁ ହୋଇଛି କଣ୍ଟେନମେଣ୍ଟ କଟକଣା।

ସୂଚନାଯୋଗ୍ୟ, ଗତକାଲି ରାଜଧାନୀରୁ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ବିଜେବି ନଗର ମହିଷାଖାଲ ବସ୍ତିରୁ ସର୍ବାଧିକ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

The post ରାଜଧାନୀର ଦୁଇଟି ଅଞ୍ଚଳ କଣ୍ଟେନମେଣ୍ଟ appeared first on Odisha Reporter.



from Odisha Reporter https://ift.tt/3hE070f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages