ଘର ଆଗରେ ଥୋଇଲେ କଣ୍ଟା, ନିଆଁପାଣି ବି ବାସନ୍ଦ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 15, 2020

ଘର ଆଗରେ ଥୋଇଲେ କଣ୍ଟା, ନିଆଁପାଣି ବି ବାସନ୍ଦ କଲେ

ନୟାଗଡ଼(ଆର୍ତ୍ତତାଣ ପ୍ରଧାନ): ପୋଖରୀ ଲିଜ୍‌ ନେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। କଥା କଙ୍ଗାରୁ କୋର୍ଟରେ ପହଞ୍ଚିଥିବା ବେଳେ ଗ୍ରାମବାସୀ ସମ୍ପୂର୍ଣ୍ଣ ପରିବାରକୁ ନିଆଁ ପାଣି ବାସନ୍ଦ କରି ଦେଇଛନ୍ତି। ଏପରିକି ଘର ଆଗରେ କଣ୍ଟା ପକାଇ ଗେଟ୍‌କୁ ବନ୍ଦ କରି ଦିଆଯାଇଥିବା ବେଳେ ତାହାକୁ ଖୋଲିଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଖିବାକୁ ମିଳୁଛି। ଏପରି ଅମାନବୀୟ ଘଟଣା ନୟାଗଡ଼ ଜିଲ୍ଲା ଚାନ୍ଦପୁର ବ୍ଲକ କେରଣ୍ଡାକାଣ୍ଡି ପଞ୍ଚାୟତ, ଉପେନ୍ଦ୍ରପୁର ଗାଁ ଘଟିଛି।

ସୂଚନା ଅନୁଯାୟୀ, ଉପେନ୍ଦ୍ରପୁର ଗାଁର ପ୍ରସନ୍ନ ସୁନ୍ଦରାୟଙ୍କ ପରିବାର ଗାଁର ଏକ ପୋଖରୀ ନିଲାମ ନେଇଥିବା ବେଳେ ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ଫଳରେ ଗାଁ ଲୋକେ କଙ୍କାରୁ କୋର୍ଟ କରି ଗତ ୧୦ ତାରିଖରୁ ତାଙ୍କୁ ଏକ ଘରକିଆ କରି ଦେଇଛନ୍ତି।  ଏପରିକି ନିଆଁ ପାଣି ବାସନ୍ଦ କରିବା ସହ ଗାଁ ପୋଖରୀ, ନଦୀ ବ୍ୟବହାର କରିବାକୁ ମନା କରି ଦେଇଛନ୍ତି। ଗାଁରେ ଥିବା ଦୋକାନରୁ ମଧ୍ୟ ସେମାନେ ସଉଦା ଆଣିପାରିବେ ନାହିଁ ବୋଲି ଅଲିଖିତ ନିର୍ଦ୍ଦେଶନାମା କରାଯାଇଛି। ଫଳରେ ପ୍ରସନ୍ନଙ୍କ ପରିବାରର ଯେ କୌଣସି ସଦସ୍ୟ  ଦୋକାନକୁ ଗଲେ ମଧ୍ୟ ଦୋକାନୀ ଖାଲି ହାତରେ ଫେରାଇ ଦେଉଛି।

ଏପରି ସ୍ଥିତିରେ ପ୍ରସନ୍ନ କହିଛନ୍ତି, ପୋଖରୀକୁ ନିଲାମ ନେବା ପରଠୁ ଗ୍ରାମବାସୀ ଆକ୍ରୋଶମୂଳକ ଭାବେ ତାଙ୍କୁ ଗାଳିଗୁଲ କରି ଆସୁଛନ୍ତି। ଉକ୍ତ ଦିନ ରାତିରେ  ଘର ସମ୍ମୁଖରେ ଗାଳିଗୁଲଜ କରିଥିଲେ। ପରେ ରାତିରେ ଘର ଆଗରେ କଣ୍ଟା ପକାଇ ଦେଇଛନ୍ତି।  କଣ୍ଟା ବାହାର କଲେ ମାରି ଦେବାର ଧମକ ଦେଉଛନ୍ତି।  ଗାଁ ଭିତରକୁ ଛୋଟ ଛୁଆକୁ ଧରି ଗଲେ ଗାଡ଼ି ମଡ଼ାଇ ଦେବୁ ବୋଲି  ଚେତାବନୀ ମଧ୍ୟ ଦେଉଛନ୍ତି।

ପ୍ରଥମେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଛି। ଏହାର ତଦନ୍ତ ନିମନ୍ତେ ସେ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରସନ୍ନଙ୍କ ପରିବାରକୁ ୫ ବର୍ଷ ପୂର୍ବରୁ ମଧ୍ୟ ଏପରି ଭାବେ ନିଆଁପାଣି ବାସନ୍ଦ କରି ନାନା ହଇରାଣ କରାଯାଉଥିଲା। କଙ୍ଗାରୁ କୋର୍ଟ ନିଷ୍ପତ୍ତି ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥାଏ। ଉକ୍ତ ସମୟସୀମା ପୂରି ଯିବା ପରେ ପୁଣି ପରିବାରକୁ ହଇରାଣ କରିବାକୁ ଗ୍ରାମବାସୀ ଏପରି କରୁଥିବା ପ୍ରସନ୍ନ ଅଭିଯୋଗ ଆଣିଛନ୍ତି। 

The post ଘର ଆଗରେ ଥୋଇଲେ କଣ୍ଟା, ନିଆଁପାଣି ବି ବାସନ୍ଦ କଲେ appeared first on Odisha Reporter.



from Odisha Reporter https://ift.tt/3fAb16M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages