ଗିରଫର ଗୋଟିଏ ଦିନ ପରେ ବିକାଶ ନିହତ: କାର ଓଲଟିଲା, ପୁଲିସ ଗୁଳି କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ଗିରଫର ଗୋଟିଏ ଦିନ ପରେ ବିକାଶ ନିହତ: କାର ଓଲଟିଲା, ପୁଲିସ ଗୁଳି କଲା

କାନପୁର: ଉତ୍ତର ପ୍ରଦେଶର ଡନ୍‌ କୁହାଯାଉଥିବା ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ ହୋଇଛି। ଗୁରୁବାର ମଧ୍ୟପ୍ରଦେଶରୁ ଗରଫ ହୋଇଥିବା ବିକାଶ ଦୁବେକୁ ଆଜି କାନପୁର ଅଣାଯାଉଥିବା ବେଳେ ପ୍ରବଳ ବର୍ଷା ଯୋଗୁ ବାରା ଅଞ୍ଚଳରେ ପୁଲିସ୍‌ର କାର ଓଲଟି ପଡ଼ିଥିଲା।

ଏହାର ସୁଯୋଗ ନେଇ ବିକାଶ ପୁଲିସ୍‌ ଠାରୁ ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏପରି କି ଗୁଳି ମଧ୍ୟ ଚଳାଇଥିଲା। ଶେଷରେ ପୁଲିସ୍‌ ନିଜକୁ ରକ୍ଷା କରିବାକୁ ଯାଇ ବିକାଶକୁ ଗୁଳି କରିଥିଲା ଓ ଏଥିରେ ତା’ର ମୃତ୍ୟୁ ଘଟିଛି ବୋଲି ଉତ୍ତର ପ୍ରଦେଶର କାନପୁର ଏସ୍‌ପି(ପଶ୍ଚିମ) କହିଛନ୍ତି।

ତେବେ ଗତକାଲିର ନାଟକୀୟ ଗିରଫଦାରୀ ଓ ଆଜି ଗୁଳିମାଡ଼ରେ ବିକାଶର ମୃତ୍ୟୁ ଘଟିବା ଯାଏ, କେମିତି ଥିଲା ପୂରା ଘଟଣା ଜାଣନ୍ତୁ।

୧-ଶୁକ୍ରବାର ସକାଳୁ ୟୁପି ଏସଟିଏଫ ବିକାଶ ଦୁବେକୁ କାନପୁର ଆଣୁଥିଲା। ତେବେ ବାରା ନିକଟରେ ପୁଲିସ୍‌ କନଭୟରେ ଥିବା ଗୋଟିଏ ଗାଡ଼ି ପ୍ରବଳ ବର୍ଷା ଯୋଗୁ ଓଲଟି ପଡ଼ିଥିଲା।

୨-ବିକାଶ ଦୁବେ ଦୁର୍ଘଟଣା ପରେ ପୁଲିସ୍‌ ପଞ୍ଝାରୁ ଖସିବାକୁ ଚେଷ୍ଟା କରିଥିଲା। ଏପରି କି ଜଣେ ଅଫିସରଙ୍କ ଠାରୁ ସେ ପିସ୍ତଲ ମଧ୍ୟ ଛଡ଼ାଇ ନେଇଥିଲା। ଏହାପରେ ସେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ପୁଲିସ୍‌ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ବିକାଶର ଗୁଳିମାଡ଼ରେ ୪ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ର ଗୁଳିରେ ବିକାଶ ଆହତ ହେବା ସହ ସେହିଠାରେ ଠଳି ପଡ଼ିଥିଲା।

୩-ବିକାଶକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ।

୪-ପୁଲିସ୍‌ କହିଛି ଯେ ବାରା ଅଞ୍ଚଳରେ ଗାଡ଼ି ଓଲଟିବା ପରେ ସଚେଣ୍ଡି ଠାରେ(କାନପୁର ବର୍ଡର) ଏନକାଉଣ୍ଟର ହୋଇଥିଲା।

୫-ଗୁରୁବାର ଉଜ୍ଜୟୀନର ଏକ ମନ୍ଦିରରୁ ମଧ୍ୟପ୍ରଦେଶ ପୁଲିସ୍‌ ବିକାଶକୁ ଗିରଫ କରିବା ପରେ ଉତ୍ତର ପ୍ରଦେଶ ପୁଲିସ୍‌କୁ ଖବର ଦେଇଥିଲା। ଉତ୍ତର ପ୍ରଦେଶ ଏସଟିଏଫ ଆଜି ତା’କୁ ଉଜ୍ଜୟୀନରୁ କାନପୁର ଆଣୁଥିଲା।

୬-କାନପୁର ଠାରେ ବିକାଶ ଓ ତା’ର ସହଯୋଗୀମାନେ ଆମ୍ବୁସ କରି ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଜୁଲାଇ ୩ରେ ଏହି ଘଟଣା ଘଟିଥିଲେ ହେଁ ବିକାଶ ଗତକାଲି ଯାଏ ଫେରାର ରହିଥିଲା।

୭-ବିକାଶ ମଧ୍ୟପ୍ରଦେଶର ମହାକାଳ ମନ୍ଦିରକୁ ଯିବା ପୂର୍ବରୁ ପ୍ରସାଦ କିଣିଥିଲା ଓ କାଉଣ୍ଟରରେ ଟିକେଟ ମଧ୍ୟ କରିଥିଲା। ଏହି ସମୟରେ ଟିକେଟ ଦେଇଥିବା ବ୍ୟକ୍ତି ବିକାଶକୁ ଚିହ୍ନି ପାରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆଗରେ ହିଁ ବିକାଶ କହିଥିଲା ଯେ ମୁଁ ହିଁ ବିକାଶ ଦୁବେ, କାନପୁର ୱାଲା।

୮-ବିକାଶ ଗିରଫ ହେବା ପରେ ଉତ୍ତର ପ୍ରଦେଶ ଏସଟିଏଫ ତା’ ପତ୍ନୀକୁ ବି କ୍ରୀଷ୍ଣା ନଗର ବାସଭବନରୁ ଗିରଫ କରିଥିଲା। ବିକାଶ ପୁଅ ଓ ଘରେ କାମ କରୁଥିବା ବ୍ୟକ୍ତିଙ୍କୁ ବି ଏସଟିଏଫ ଉଠାଇ ନେଇଥିଲା।

୯-ବିକାଶ ଦୁବେ ନାଁରେ ୬୦ରୁ ଅଧିକ ମାମଲା ରହିଛି। ତେବେ କାନପୁର ଗୁଳିକାଣ୍ଡ ପରେ ତା’କୁ ଧରିବା ପାଇଁ ୨୦ଟି ଟିମ୍‌ ଗଠନ କରାଯାଇଥିଲା। ମଙ୍ଗଳବାର ତା’କୁ ଫରିଦାବାଦ ଓ ବୁଧବାର ନୋଏଡାରେ ଠାବ କରାଯାଇଥିଲା। ହେଲେ ସେ ସମସ୍ତଙ୍କୁ ଚକମା ଦେଇ ମଧ୍ୟପ୍ରଦେଶ ପଳାଇ ଆସିଥିଲା।

The post ଗିରଫର ଗୋଟିଏ ଦିନ ପରେ ବିକାଶ ନିହତ: କାର ଓଲଟିଲା, ପୁଲିସ ଗୁଳି କଲା appeared first on Odisha Reporter.



from Odisha Reporter https://ift.tt/2AICfsC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages