ସୋର(ଶଶିକାନ୍ତ ବେହେରା): କଇଁଛ ସାଧାରଣତଃ ଦେଖିବାକୁ ମାଟିଆ ରଙ୍ଗର। ହେଲେ କେବେ ହଳଦିଆ ରଙ୍ଗର କଇଁଛ ଦେଖିଛନ୍ତି। ଏପରି ଏକ କଇଁଛର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ତାହା ପୁଣି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଜନପୁର ଗ୍ରାମରେ ଦେଖିବାକୁ ମିଳିଛି।
ସାଜନପୁର ଗ୍ରାମର ବାସୁଦେବ ମହାପାତ୍ର ନାମକ ଚାଷୀଙ୍କ ଜମିରୁ ଏକ ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର ହୋଇଛି। ରବିବାର ବାସୁଦେବ ନିଜ ଜମିରେ କାମ କରୁଥିବା ବେଳେ ଏହି କଇଁଛ ଦେଖିଥିଲେ। ଏହାପରେ ତାକୁ ଉଦ୍ଧାର କରି ଘରକୁ ଆଣିଥିଲେ।
ସାଧାରଣତଃ କଇଁଛ ଦେଖିବାକୁ ମାଟିଆ ରଙ୍ଗର ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ହଳଦିଆ ରଙ୍ଗର। ଏହାକୁ ଦେଖିବାକୁ ଆଖପାଖ ଲୋକେ ଭିଡ଼ କରିଥିଲେ। ଏହାପରେ ବାସୁଦେବ ଉକ୍ତ କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରି ଦେଇଥିଲେ। IFS ସୁଶାନ୍ତ ନନ୍ଦ ଏହି ଭିଡିଓକୁ ଟ୍ୱିଟ କରିବା ପରେ ଏହା ବେଶ୍ ଭାଇରାଲ ହୋଇଛି।
The post ବିଲରୁ ମିଳିଲା ବିରଳ କଇଁଛ, ଦେଖିବାକୁ ହଳଦି ରଙ୍ଗ appeared first on Odisha Reporter.
from Odisha Reporter https://ift.tt/2WBuixc
No comments:
Post a Comment