ପ୍ରତି ବର୍ଷ ବର୍ଷା ହେବା ମାତ୍ର ବୁଡ଼ି ଯାଉଛି ଏହି ବ୍ରିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ପ୍ରତି ବର୍ଷ ବର୍ଷା ହେବା ମାତ୍ର ବୁଡ଼ି ଯାଉଛି ଏହି ବ୍ରିଜ୍‌

ନୂଆଦିଲ୍ଲୀ: ପୁରୁଣା ହୋଇଯାଇଥିବା ଏହି ବ୍ରିଜ୍‌ର ନାମ ୧୯୦୫-୧୯୧୦ ମଧ୍ୟରେ ଭାଇସରାୟ ଥିବା ଲର୍ଡ ମିଣ୍ଟୋଙ୍କ ନାଁରେ ରଖାଯାଇଥିଲା। ଏହି ମିଣ୍ଟୋ ବ୍ରିଜ୍‌ର ଦୁଇ ପାଖରେ ଥିବା ଭଙ୍ଗା ଶିଢ଼ିକୁ ରେଳବାଇ ଠିକ୍‌ କରୁ ନଥିବା କୁହାଯାଉଛି।

ଏପରି ସ୍ଥିତିରେ ମିଣ୍ଟୋ ବ୍ରିଜ୍‌ ରେଳବାଇ ଷ୍ଟେସନରେ ଆହୁରି ନୂଆ ରେଳ ଧାରଣା ତିଆରି କରାଯାଉଛି। ଫଳରେ ଏହା ଅଧିକ ଚଉଡ଼ା ହେବାରେ ଲାଗିଛି। ଦୀର୍ଘ ବର୍ଷ ହେଲାଣି କାଗଜପତ୍ରରେ ମିଣ୍ଟୋ ବ୍ରିଜ୍‌ର ନାଁ ଶିବାଜୀ ବ୍ରିଜ୍‌ କରି ଦିଆଯାଇଛି। ତଥାପି ଲୋକେ ଏହାକୁ ମିଣ୍ଟୋ ବ୍ରିଜ୍‌ ହିଁ କହୁଛନ୍ତି।

ଏହା ପୁରୁଣା ଦିଲ୍ଲୀକୁ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ସବୁଠାରୁ ପୁରୁଣା ଓ ପ୍ରଥମ ବ୍ରିଜ। ହେଲେ ପ୍ରତିବର୍ଷ ବର୍ଷା ହେବା ମାତ୍ରେ ଏହି ବ୍ରିଜ୍‌ ବୁଡ଼ି ଯାଉଥିବା ଦେଖିବାକୁ ମିଳୁଛି। ଦିଲ୍ଲୀର ଏହି ସର୍ବପୁରାତନ ବ୍ରିଜ୍‌ ସମ୍ପର୍କରେ ଜାଣନ୍ତୁ।

ଆମେ ଯେତେବେଳେ ରେଳବାଇର ବ୍ରିଜ୍‌ କଥା କହୁଛେ ସେତେବେଳେ ଯମୁନାର ନଦୀ ଉପରେ ନିର୍ମିତ ଲୁହାର ବ୍ରିଜ୍‌ କଥା କେମିତି ନ କହିବା। ଏହା ଆରମ୍ଭରୁ ସିଙ୍ଗଲ ଲାଇନ ଥିଲା। ୧୯୩୪ରେ ଏହାକୁ ଦୁଇ ଲାଇନ ବିଶିଷ୍ଟ କରାଯାଇଥିଲା। ୮୫୦ ମିଟର ଲମ୍ବାର ଏହି ବ୍ରିଜ୍‌କୁ ଐତିହ୍ୟ ମାନ୍ୟତା ମଧ୍ୟ ମିଳିଛି।

ଦିଲ୍ଲୀରେ ଥିବା ସୁନ୍ଦର ସୁନ୍ଦର ଲ୍ୟାଣ୍ଡମାର୍କ ମଧ୍ୟରୁ ଏହି ବ୍ରିଜ୍‌ ଅନ୍ୟତମ। ୧୮୬୩ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇ ୧୮୬୬ରେ ଶେଷ ହୋଇଥିଲା। ଏହି ବ୍ରିଜ୍‌ ନିର୍ମାଣ କରିବାର ୫ ବର୍ଷ ପୂର୍ବରୁ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କୁ ରଙ୍ଗୁନ ଅଟକ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା।

ତେବେ ୧୯୮୨ରେ ଦିଲ୍ଲୀରେ ଯେତେବେଳେ ଏସିଆ ଗେମ୍ସ ଆୟୋଜନ କରାଗଲା ସେତେବେଳେ ରଣଜୀତ ସିଂହ ଫ୍ଲାଏଓଭର ନିର୍ମାଣ କରାଯାଇଥିଲା। ଉକ୍ତ ଫ୍ଲାଏଓଭର ନିର୍ମାଣ ପରେ ମିଣ୍ଟୋ ବ୍ରିଜ୍‌ର ଗୁରୁତ୍ୱ ହ୍ରାସ ପାଇଥିଲା। ମିଣ୍ଟୋ ବ୍ରିଜ୍‌ ନାଲି ଇଟାରେ ତିଆରି ହୋଇଥିବା ବେଳେ ଏହା ଖୁବଉଚ୍ଚ। ତେଣୁ ବଡ଼ବଡ଼ କମ୍ପାନୀମାନେ ନିଜ ସାମଗ୍ରୀର ବିଜ୍ଞାପନ ପାଇଁ ଏହାକୁ ବ୍ୟବହାର କରନ୍ତି।

ହିନ୍ଦୀ ଜଗତର ଦୁଇ ବରିଷ୍ଠ କଥାକାରଙ୍କ ସହ ମିଣ୍ଟୋ ବ୍ରିଜ୍‌ ଜଡ଼ିତ। ତମସାର ଲେଖକ ଭୀଷ୍ମ ଶାହାଣୀ ନିଜର ଆଜମେର ଗେଟ୍‌ ସ୍ଥିତ ଜାକିର ହୁସେନ କଲେଜଠାରୁ ଚାଲିଚାଲି ମିଣ୍ଟୋ ବ୍ରିଜ୍‌ ପାର୍‌ ହୋଇ କନାଉଟ ପ୍ୟାଲେସ ସ୍ଥିତ କଫି ହାଉସକୁ ଯାଉଥିଲେ। ଏହି ସମୟରେ ସେ ଅନେକ ଥର ଅବରା ମସିହାର ଲେଖକ ବିଷ୍ଣୁ ପ୍ରଭାକରଙ୍କ ସହ ମଧ୍ୟ ଯାଇଥାଆନ୍ତି। ଅନେକ ସମୟରେ ଉଭୟ କୌଣସି ଲେଖାକୁ ନେଇ ମିଣ୍ଟୋ ବ୍ରିଜ୍‌ ଉପରେ ହିଁ ଯୁକ୍ତିତର୍କ କରିବାର ନଜିର ରହିଛି।

The post ପ୍ରତି ବର୍ଷ ବର୍ଷା ହେବା ମାତ୍ର ବୁଡ଼ି ଯାଉଛି ଏହି ବ୍ରିଜ୍‌ appeared first on Odisha Reporter.



from Odisha Reporter https://ift.tt/3eH4CFz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages