ବାଲିଗୁଡ଼ା(ଅଜିତ ନାୟକ): କୋଭିଡ୍ ଦାୟିତ୍ୱରେ ଥିବା ଜଣେ ମହିଳା ତହସିଲଦାରଙ୍କୁ ଦୁର୍ବ୍ୟବହାର ଓ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୁଲିସ୍ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ। ଗିରଫ ହୋଇଥିବା ଅଧ୍ୟାପକଙ୍କ ନାଁ ତେଜେଶ୍ୱର ନାୟକ। ସେ ବାଲିଗୁଡ଼ାରେ ଥିବା ଆଦିବାସୀ କଲେଜରେ ଅଧ୍ୟାପକ ଅଛନ୍ତି।
ସୂଚନାଅନୁସାରେ, ବାଲିଗୁଡ଼ାର ମୁଣ୍ଡାସାହିକୁ କଲିକତାରୁ କିଛି ଲୋକେ ଆସି ରହିଥିବା ନେଇ ବାଲିଗୁଡ଼ା ତହସିଲଦାର କ୍ଷୀରୋଧି ତନୟା ସାହୁ ଖବର ପାଇଥିଲେ। ଘଟଣାର ତଦନ୍ତ କରିବାକୁ ଗତକାଲି ତହସିଲଦାର ସେଠାକୁ ଯାଇଥିଲେ। ଏହି ସମୟରେ ଅଧ୍ୟାପକ ତେଜେଶ୍ୱର ନାୟକ ତହସିଲଦାରଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିସହ ତାଙ୍କ କାର୍ଯ୍ୟରେ ବାଧା ଦେଇଥିଲେ। ଏନେଇ ତହସିଲଦାର ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍ ତେଜେଶ୍ୱରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
The post ତହସିଲଦାରଙ୍କୁ ହଇରାଣ କରି ବନ୍ଧା ହେଲେ ଅଧ୍ୟାପକ appeared first on Odisha Reporter.
from Odisha Reporter https://ift.tt/2CjG74n
No comments:
Post a Comment