ବାସୁଦେବପୁର(କିରଟି ଦାସ): ଲକ୍ଡାଉନ୍ରେ ବିବାହ କରିବାକୁ ଯାଇ ଫସିଗଲେ ଯୁବକଯୁବତୀ। ନା ଥିଲା କୋଭିଡ଼ ନିୟମକୁ ଖାତିର ନା ପୁଲିସ୍କୁ ଡର। ପୁଲିସ୍ର ବିନା ଅନୁମତିରେ ଏକ ସଙ୍ଗେ ବିବାହ ନିମନ୍ତେ ମନ୍ଦିରରେ ପହଞ୍ଚିଥିଲେ ୨୦ରୁ ଅଧିକ ଯୋଡ଼ି। ଖବର ପାଇ ପୁଲିସ୍, ତହସିଲଦାର ପହଞ୍ଚିବା ପରେ ଛତ୍ରଭଙ୍ଗ ଦେଲେ ବର କନିଆଙ୍କ ସମେତ ସମ୍ପର୍କୀୟ।
ଏପରିକି ବିବାହ ଅଧା ରହିଯାଇଥିବା ତଥା ବିବାହ ବେଦୀକୁ ଯାଇ ନ ଥିବା ଯୋଡ଼ି ମଧ୍ୟ ପୁଲିସ୍ ଡରରେ ସ୍ଥାନ ଛାଡ଼ି ପଳାଇଥିବା ଜଣାଯାଇଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ସହରର ବାଲିନଗର ଯାଦବ ପଡିଆର ରାଧାକୃଷ୍ଣ ମନ୍ଦିରରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ବିବାହ ସମୟରେ ସାମାଜିକ ଦୂରତାକୁ ଧ୍ୟାନ ଦେଇ ୫୦ ଲୋକଙ୍କୁ ଏକତ୍ରିତ ହେବାକୁ ଅନୁମତି ମିଳୁଛି। କିନ୍ତୁ ଏକ ସଙ୍ଗେ ୨୦ରୁ ଅଧିକ ଯୋଡ଼ି ବିବାହ କଲେ ଲୋକଙ୍କ ଗହଳି କରୋନାକୁ ଆମନ୍ତ୍ରଣ କରିବା କଥା। ଠିକ୍ ସେହିପରି ଦୃଶ୍ୟ ଦେଖିବାକୁ ମିଳିଛି ରାଧାକୃଷ୍ଣ ମନ୍ଦିର ପରିସରରେ । ଲୋକଙ୍କ ଗହଳି କିଛି ସମୟ ପାଇଁ ମନ୍ଦିର ପରିସରରେ ମେଳା ଚାଲିବାର ଭ୍ରମ ସୃଷ୍ଟି କରିଛି। ଶହ ଶହ ଲୋକ ସାମାଜିକ କଟକଣାକୁ ଫୁ କରି ମେଳାରେ ସାମିଲ ହୋଇଥିଲେ।
୨୦ରୁ ଉର୍ଦ୍ଧ ଯୋଡି ବିବାହ ନିମନ୍ତେ ଏହି ମନ୍ଦିର ବେଢାରେ ରୁଣ୍ଡ ହୋଇଥିବା ବେଳେ ସେମାନଙ୍କ ସମ୍ପର୍କୀୟଙ୍କ ସମାବେଶ ବି କିଛି କମ୍ ନ ଥିଲା। ଲୋକଙ୍କ କୋଳାହଳରେ ଫାଟି ପଡ଼ୁଥିଲା ପରିବେଶ। ମନ୍ଦିର ପରିଚାଳନା ବୋର୍ଡ ଏତେ ସଂଖ୍ୟକ ବିବାହକୁ କିପରି ଏକ ସଙ୍ଗେ ଅନୁମତି ଦେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ପାଇ ପୁଲିସ ପହଞ୍ଚି ବର କନିଆ ସମେତ ବିବାହରେ ଯୋଗ ଦେଇଥିବା ଲୋକଙ୍କୁ ଘଉଡାଇ ଦେଇଥିଲା।
କରୋନା ପରି ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ସାଂଘାତିକ ରୂପ ଧାରଣ କରୁଥିବା ବେଳେ ଲୋକେ କିନ୍ତୁ ଚେତୁ ନାହାନ୍ତି। ନିଜେ ବିପଦରେ ପଡ଼ିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଆମନ୍ତ୍ରଣ କରୁଛନ୍ତି।
The post ଅଧା ହୋଇଥିଲା ବାହାଘର, ପୁଲିସ୍କୁ ଦେଖି ଉଠି ପଳାଇଲେ ବର-କନିଆ appeared first on Odisha Reporter.
from Odisha Reporter https://ift.tt/2WiYLjo
No comments:
Post a Comment