କରୋନା ନେଲା ୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

କରୋନା ନେଲା ୫ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କରୋନା ଯୋଗୁ ପ୍ରାଣ ହରାଇଥିବା ୫ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଥିବା ବେଳେ ଗଜପତି ଜିଲ୍ଲାର ଜଣେ ଓ କନ୍ଧମାଳ ଜିଲ୍ଲାର ଜଣେ ଅଛନ୍ତି। କନ୍ଧମାଳ ଜିଲ୍ଲାରେ ଏହା କରୋନାଜନିତ ପ୍ରଥମ ମୃତ୍ୟୁ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ମୃତା ମହିଳା ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି।

ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟ ବୃଦ୍ଧ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ, ୬୧ ବର୍ଷୀୟ ବୃଦ୍ଧ ଓ  ୪୦ ବର୍ଷୀୟା ମହିଳା ମଧୁମେହରେ ପୀଡ଼ିତ ଥିଲେ।

ଗଜପତି ଜିଲ୍ଲାରେ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ କନ୍ଧମାଳ ଜିଲ୍ଲାର ଜଣେ ୮୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧ୍ୟ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡ଼ିତ ଥିଲେ।

ସେହିପରି କରୋନାରେ ଆକ୍ରାନ୍ତ ହୋଇ ଅନ୍ୟ କାରଣରୁ ଗଞ୍ଜାମ ଜିଲ୍ଲାର ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଫଳରେ ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨ରେ ପହଞ୍ଚିଥିବା ବେଳେ ଗଜପତିରେ ସମୁଦାୟ ୬ ଓ କନ୍ଧମାଳରେ କରୋନା ଯୋଗୁ ଜଣଙ୍କ ମୃତ୍ୟୁ ହୋଇଛି।

The post କରୋନା ନେଲା ୫ ଜୀବନ appeared first on Odisha Reporter.



from Odisha Reporter https://ift.tt/3g33UEl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages