କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର କୌଣସି ହଟ୍ସ୍ପଟ୍ ଜିଲ୍ଲାରୁ କଟକ ସହରକୁ ଆସିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ
ସେମାନଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିଏମସି କମିଶନର।
ସେ କହିଛନ୍ତି ଯେ, କଟକ ଜିଲ୍ଲାର ହଟ୍ସ୍ପଟ୍ ବ୍ଲକରୁ ଆସିଲେ ବି ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିବ। ଏହାସହ ଅନ୍ୟ ରାଜ୍ୟ ଓ ବିଦେଶରୁ ଫେରିଥିଲେ ମଧ୍ୟ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ। ଏହି ନିୟମର ଖିଲାପ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ଜଣାଇଛନ୍ତି ସିଏମ୍ସି କମିଶନର।
ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରନ୍ତଙ୍କ ସଖ୍ୟା। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୪୦୭ ସୁସ୍ଥ ହୋଇଛନ୍ତି। ଏହାବ୍ୟତୀତ ରାଜ୍ୟରେ ୪୪୭୬ଜଣ ଚିକିତ୍ସିତ ହେଉଛନ୍ତି।
#Cuttack To break the #COVID19 chain, we need to be alert, aware and self-practice the guidelines strictly. In the light of rising cases, Commissioner, CMC @AnanyaDasIAS, shares an extremely vital message for all of us. Do watch and follow the words diligently! #MustWatch pic.twitter.com/kg63znQEWj
— CMC,Cuttack (@CMCCuttack) July 9, 2020
The post ହଟ୍ସ୍ପଟ୍ ଜିଲ୍ଲାରୁ କଟକ ସହରକୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟ appeared first on Odisha Reporter.
from Odisha Reporter https://ift.tt/3fjJarq
No comments:
Post a Comment