ଆଉ ନୂଆ ଚାକିରି ସୃଷ୍ଟି କରିବନି ଭାରତୀୟ ରେଲୱେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ଆଉ ନୂଆ ଚାକିରି ସୃଷ୍ଟି କରିବନି ଭାରତୀୟ ରେଲୱେ

ଚେନ୍ନାଇ: ଭାରତୀୟ ରେଳରେ ଚାକିରି କରିବା ପାଇଁ କୋଟି କୋଟି ଯୁବକ ଯୁବତୀ ଆଶା ରଖିଥିଲେ ହେଁ ସେମାନଙ୍କୁ ଜବରଦସ୍ତ ଝଟକା ଲାଗିଛି। ମହାମାରୀ କରୋନା ଆଳରେ ରେଲୱେ ପକ୍ଷରୁ ଆଉ କୌଣସି ପ୍ରକାରର ନିଯୁକ୍ତି ସୃଷ୍ଟି କରାଯିବ ନାହିଁ କି ଖାଲି ପଡ଼ିଥିବା ପଦବୀରେ କାହାକୁ ଚାକିରି ଦିଆଯିବ ନାହିଁ। କରୋନା ଯୋଗୁ ରେଳ ଚଳାଚଳ ଠପ ରହିଥିବାରୁ ପ୍ରବଳ କ୍ଷତି ସହିବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଆଉ କାହାକୁ ଚାକିରି ମିଳିବ ନାହିଁ ବୋଲି  ଭାରତୀୟ ରେଲୱେ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ପ୍ରଶାସନିକ ଖର୍ଚ୍ଚକୁ କମ କରିବା ପାଇଁ ରେଲୱେ ଏପରି ନିଷ୍ପତ୍ତି ନେଇଛି । ଗତ ନଭେମ୍ୱର ମାସରେ ୨ଲକ୍ଷ ୯୩ ହଜାର ପ୍ରଶାସନିକ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି କରିବା ନେଇ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଥିଲେ।

ବର୍ତ୍ତମାନ ପରିସ୍ଥିତିରେ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଖର୍ଚ୍ଚ କାଟ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି। ତେଣୁ କେବଳ ସେଫ୍ଟି କ୍ୟାଟୋଗୋରୀକୁ ଛାଡ଼ି ଅନ୍ୟ କୌଣସି କ୍ଷେତ୍ରରେ ନୂଆ ନିଯୁକ୍ତି କରାଯିବ ନାହିଁ ବୋଲି ରେଲୱେ ବୋର୍ଡ ଜୋନାଲ ରେଲୱେ ଏବଂ ପ୍ରଡକ୍ସନ ବିଭାଗକୁ ନିର୍ଦ୍ଦେଶ ଦେଇଛି ।

ସେହିପରି ୨ ବର୍ଷ ମଧ୍ୟରେ କେତେ ପରିମାଣର ନିଯୁକ୍ତି ମିଳିଛି, ତା’ର ସମୀକ୍ଷା କରାଯିବ। ଯଦି କୌଣସି ପଦବୀ ଫାଙ୍କା ପଡ଼ିଥିବ, ତା’ହେଲେ ସେଗୁଡ଼ିକୁ ରଦ୍ଦ କରାଯିବ ଓ କୌଣସି ନୂଆ ନିଯୁକ୍ତି ମିଳିବ ନାହିଁ ବୋଲି କୁହାଯାଇଛି।

The post ଆଉ ନୂଆ ଚାକିରି ସୃଷ୍ଟି କରିବନି ଭାରତୀୟ ରେଲୱେ appeared first on Odisha Reporter.



from Odisha Reporter https://ift.tt/3gRPPJP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages