ଦିଲ୍ଲୀରେ ଏହି ପ୍ରତିଜ୍ଞା କରିଥିଲେ ବିଜୟ, ତା’ପରେ ବଦଳିଯାଇଥିଲା ତାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ଦିଲ୍ଲୀରେ ଏହି ପ୍ରତିଜ୍ଞା କରିଥିଲେ ବିଜୟ, ତା’ପରେ ବଦଳିଯାଇଥିଲା ତାଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ଓଲିଉଡ୍‌ର କିମ୍ବଦନ୍ତୀ କଳାକାର ବିଜୟ ମହାନ୍ତି। ଗତକାଲି ତାଙ୍କର ଦେହାନ୍ତ ହୋଇଛି। ବିଜୟଙ୍କ ଦେହାନ୍ତରେ ସବୁଠି ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି। ୧୯୭୭ରେ ରଲିଜ୍‌ ହୋଇଥିବା ଫିଲ୍ମ ‘ଚିଲିକା ତୀରେ’ ମାଧ୍ୟମରେ ଓଲିଉଡ୍‌ରେ ପାଦ ଦେଇଥିଲେ ବିଜୟ ମହାନ୍ତି। ‘ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା’ରୁ ଶିକ୍ଷାଲାଭ କରିବା ପରେ ସେ ଓଡିଆ ଫିଲ୍ମ ସହ ଡ୍ରାମା ମଧ୍ୟ କରୁଥିଲେ।

ଏନ୍‌ଏସ୍‌ଡିରେ ପାଠ ପଢିବା ସମୟର ଅନୁଭୂତିକୁ ଶେଆର କରିବାକୁ ଯାଇ ବିଜୟ ମହାନ୍ତି ଥରେ କହିଥିଲେ, ଦିଲ୍ଲୀ ମତେ ଭାରି ପସନ୍ଦ। ବଡ଼ ବଡ଼ କୋଠା। ରାସ୍ତାରେ ନାଲି ନେଳି ଲାଇଟ୍‌। ପାଣିର ଫୁଆରା ଭିତରେ ବେଶ୍‌ ଆକର୍ଷଣୀୟ ସହରଟିଏ ଦିଲ୍ଲୀ। ମୋ ସାଙ୍ଗମାନେ ଛୁଟିରେ ଦିଲ୍ଲୀ ବୁଲିବାକୁ ଯାଉଥିଲେ। କିନ୍ତୁ ମୁଁ ତାଙ୍କ ସହ ଯାଇପାରୁ ନଥିଲି। ଯେତେବେଳେ ଦିଲ୍ଲୀରେ ଏନ୍‌ଏସ୍‌ଡିରେ ପାଠ ପଢ଼ିବାର ସୁଯୋଗ ପାଇଲି ସେ ସମୟରେ ମଧ୍ୟ ମୁଁ ଦିଲ୍ଲୀ ଦେଖିପାରିଲିନି। ସେଠାରେ ମୁଁ ୩ ବର୍ଷ ପଢ଼ିଛି। ସେ ୩ବର୍ଷ ମୁଁ ମୋ ହଷ୍ଟେଲ୍‌ ଏବଂ ଇନ୍‌ଷ୍ଟିଟ୍ୟୁସନ୍‌ ପରିସରରୁ ବାହାରକୁ ଯାଇନି। ସେ ସମୟରେ ଅଭିନୟ ଶିଖିବାର ଗୋଟେ ପ୍ରତିଜ୍ଞା ଥିଲା। ଆଉ ଯେତେବେଳେ ସେଠାରୁ ଫେରିଲି ମୋ ଜୀବନ ବଦଳି ଯାଇଥିଲା। ମୋ ପାଇଁ ସବୁ ଯେମିତି ଥୁଆ ହେଇଥିଲା। ସେଠାରୁ ଫେରିବା ପରେ ଫିଲ୍ମ ପରେ ଫିଲ୍ମ ଏବଂ ଡ୍ରାମାରେ କାମ କରିବାର ସୁଯୋଗ ମିଳିଲା। ଏଥିସହ ମତେ ଡ୍ରାମା ଡିପାର୍ଟମେଣ୍ଟର ହେଡ୍ ଭାବେ ଚାକିରି ମଧ୍ୟ ଦିଆଯାଉଥିଲା।

ଏଇ ୩ ବର୍ଷ ଗୋଟେ ତପସ୍ୟା ପରି ଥିଲା। ଗୋଟେ ଅଗ୍ନି ପରୀକ୍ଷା ମଧ୍ୟ।

ଥରେ ଓଟିଭିରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଯୋଗଦେଇ ଏକଥା କହିଥିଲେ ବିଜୟ ମହାନ୍ତି।

ସୂଚନାଯୋଗ୍ୟ, ନ୍ୟାସ୍‌ନାସ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରେ ବିଜୟ ମହାନ୍ତିଙ୍କ ସହ ବଲିଉଡ୍‌ ଅଭିନେତା ନସିରୁଦ୍ଦିନ୍‌ ଶା, ରାଜ୍‌ ବବ୍ବର ଏବଂ ଓମ୍‌ ପୁରୀ ମଧ୍ୟ ପଢୁଥିଲେ। ‘ନାଗ ଫାସ’, ‘ଚକା ଆଖି ସବୁ ଦେଖୁଚି’, ‘ସହରୀ ବାଘ’, ‘ସମୟ ବଡ ବଳବାନ୍‌’, ‘ରାଖି ଭିଜିଗଲା ଆଖି ଲୁହରେ’, ‘କି ହେବ ଶୁଆ ପୋଷିଲେ’ ଆଦି ହିଟ୍‌ ଫିଲ୍ମରେ କାମ କରିଛନ୍ତି ବିଜୟ ମହାନ୍ତି।

 

The post ଦିଲ୍ଲୀରେ ଏହି ପ୍ରତିଜ୍ଞା କରିଥିଲେ ବିଜୟ, ତା’ପରେ ବଦଳିଯାଇଥିଲା ତାଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/2E4D1lb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages