୧୪ ଜିଲ୍ଲାରେ ୧୦୩ ଜଣଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠି କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 20, 2020

୧୪ ଜିଲ୍ଲାରେ ୧୦୩ ଜଣଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଶହେ ପାର୍ ହୋଇଯାଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଥିବା ବେଳେ ଅଧାରୁ ଅଧିକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ଜିଲ୍ଲାରେ ଏଯାବତ୍ ସବୁଠୁ ଅଧିକ ୫୯ ଜଣଙ୍କ ମୃତ୍ୟୁ ଘଟିଛି।

ଗଞ୍ଜାମ ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ଜିଲ୍ଲାରେ ୯ ଜଣ ପ୍ରାଣ ହରାଇଲେଣି। ସେହିପରି ଗଜପତି ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି।

ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। ସେହିପରି ବରଗଡ଼, ନୟାଗଡ଼, ଯାଜପୁର ଓ ଭଦ୍ରକରେ ଜଣେ ଲେଖାଏଁ କରୋନରେ ପ୍ରାଣ ହରାଇଛନ୍ତି।

କରୋନାରେ ଆକ୍ରାନ୍ତ ଆହୁରି ୩୦ ଜଣଙ୍କର ବି ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁ ଅନ୍ୟାନ୍ୟ କାରଣରୁ ଘଟିଥିବା ସରକାର କହିଛନ୍ତି।

ରାଜ୍ୟରେ ଏଯାବତ୍‌ ୧୮,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୯୧୦ ଜଣ ସୁସ୍ଥ ହୋଇସାରିଲେଣି। ୫,୭୧୪ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି।

The post ୧୪ ଜିଲ୍ଲାରେ ୧୦୩ ଜଣଙ୍କ ମୃତ୍ୟୁ, ଜାଣନ୍ତୁ କେଉଁଠି କେତେ appeared first on Odisha Reporter.



from Odisha Reporter https://ift.tt/2OI4PxF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages