ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରେ ମୃତ୍ୟୁ ଘଟିଥିବା ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ଏହି ପରିମାଣର ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଦିବଙ୍ଗତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ ଓ କେ. ସିଏଚ୍ ରତ୍ନମଙ୍କ ପରିବାରକୁ ଏହି ଟଙ୍କା ଦିଆଯିବ।
ସୂଚନାଯୋଗ୍ୟ, ଜୁଲାଇ ୧୧ ତାରିଖରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ସମାଜ ହିଂଜଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ୪୨ ବର୍ଷ ହୋଇଥିଲା। ସେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୫ ଦିନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ରହିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା
ସେହିପରି ଗଜପତିର କେ. ସିଏଚ୍ ରତ୍ନମଦିବଙ୍ଗତ ସାମ୍ବାଦିକ କେ. ସିଏଚ୍ ରତ୍ନମଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ସହାୟତା ତାଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଥିଲେ ।
The post କରୋନାରେ ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ମଞ୍ଜୁର appeared first on Odisha Reporter.
from Odisha Reporter https://ift.tt/3gdCLyt
No comments:
Post a Comment