ଦେଶରେ ପ୍ରଥମ: ଦିନକରେ ୫୨ ହଜାର ପଜିଟିଭ, ୭୭୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଦେଶରେ ପ୍ରଥମ: ଦିନକରେ ୫୨ ହଜାର ପଜିଟିଭ, ୭୭୫ ମୃତ

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ କରୋନା ଭାଇରସ। ଭାରତରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ୫୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ନିକଟବର୍ତ୍ତୀ ହୋଇଯାଇଛି। ସେହିପରି ୨୪ ଘଣ୍ଟାରେ କରୋନା ଆଉ ୭୭୫ ଜଣଙ୍କ ମୁଣ୍ଡ ନେବା ପରେ ଦେଶରେ ମୃତକଙ୍କ ସଂଖ୍ୟା ୩୫ ହଜାର ନିକଟରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ୨୪ ଘଣ୍ଟାରେ ଆଉ ୫୨,୧୨୩ ଜଣ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫,୮୩,୭୯୨ରେ ପହଞ୍ଚି ଯାଇଛି। ସେହିପରି ଏଯାଏ ଦେଶରେ କରୋନା ଯୋଗୁ ୩୪,୯୬୮ ଜଣଙ୍କ ଜୀବନ ଗଲାଣି।

ତେବେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବେଶ ଉତ୍ସାହକଜନକ ରହିଛି। ୨୪ ଘଣ୍ଟାରେ ଆଉ ୩୨,୫୫୩ ଜଣ କରୋନା ଭାଇରସ କବଳରୁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି। ଏବେ ସୁଦ୍ଧା ୧୦,୨୦,୫୮୨ ଜଣ ସୁସ୍ଥ ହୋଇଥିବା ବେଳେ ୫୨୮୨୪୨ ଆକ୍ଟିଭ କେସ ରହିଛି।

ଏହାର ଅର୍ଥ ଦେଶରେ ଏବେ ଆରୋଗ୍ୟ ହାର ୬୪.୪୩ ରହିଛି। ସେହିପରି ପଜିଟିଭ ହାର ୧୧.୬୭ ରହିଛି। ଗତ ୨୪ ଘଣ୍ଟାରେ ୪,୪୬,୬୪୨ ନମୁନା ପରୀକ୍ଷା ହୋଇଛି।

ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକା ଓ ଉତ୍ତର ପ୍ରଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୪ ଘଣ୍ଟାରେ ୬୬.୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ମୃତକଙ୍କ ମଧ୍ୟରୁ ୭୪.୫୮% ଲୋକ ମହାରାଷ୍ଟ୍ର, କର୍ଣ୍ଣାଟକା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ରହିଛନ୍ତି।

The post ଦେଶରେ ପ୍ରଥମ: ଦିନକରେ ୫୨ ହଜାର ପଜିଟିଭ, ୭୭୫ ମୃତ appeared first on Odisha Reporter.



from Odisha Reporter https://ift.tt/311A1Ob

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages