ଜୟାଙ୍କ ଘରେ ଥିଲା ୪ କିଲୋ ସୁନା, ୬ କ୍ୱିଣ୍ଟାଲ ରୁପା, ୧୧ ଟିଭି, ୧୦ ଫ୍ରିଜ୍, ୨୮ ଏସି ୨୯ ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଜୟାଙ୍କ ଘରେ ଥିଲା ୪ କିଲୋ ସୁନା, ୬ କ୍ୱିଣ୍ଟାଲ ରୁପା, ୧୧ ଟିଭି, ୧୦ ଫ୍ରିଜ୍, ୨୮ ଏସି ୨୯ ଫୋନ୍‌

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ସାଧାରଣ ସମ୍ପାଦକ ସ୍ୱର୍ଗତା ଜେ. ଜୟଲଳିତାଙ୍କ ନିକଟରେ ଅନ୍ୟାନ୍ୟ ସମ୍ପତ୍ତି ବ୍ୟତୀତ ୪ କେଜିରୁ ଅଧିକ ସୁନା ଏବଂ ୬୦୦ କେଜିରୁ ଅଧିକ ରୂପା ସାମଗ୍ରୀ ଥିଲା। ଜୟଲଳିତାଙ୍କ ବାସଭବନ ‘ବେଦ ନୀଲୟମ୍’କୁ ଏକ ସ୍ମାରକୀ କରାଯିବା ଲାଗି ଅଧିଗ୍ରହଣ କରାଯିବାକୁ ଜାରି ଅଧ୍ୟାଦେଶରୁ ଏହା ଜଣାପଡ଼ିଛି।

ଅଧ୍ୟାଦେଶ ଅନୁଯାୟୀ, ଜଳଲଳିତାଙ୍କ ବାସଭବନରୁ ମୋଟ ୩୨,୭୨୧ଟି ଅସ୍ଥାବର ସମ୍ପତ୍ତି ମିଳିଛି, ଯେଉଁଥିରେ ମୋଟ ୪.୩୭୨ କେଜିର ୧୪ଟି ସୁନା ସାମଗ୍ରୀ ସମେତ ୬୦୧.୪୨୪ କେଜିର ୮୬୭ଟି ରୂପା ସାମଗ୍ରୀ ରହିଛି। ଏହାସହ ୧୧ଟି ଟିଭି, ୧୦ଟି ରେଫ୍ରିଜେରେଟର, ୩୮ଟି ଏସି, ୨୯ଟି ଟେଲିଫୋନ ତଥା ମୋବାଇଲ୍ ଫୋନ ମଧ୍ୟ ରହିଛି। ସେହିଭଳି କୋର୍ଟ ଦସ୍ତାବିଜ୍, ଲାଇସେନ୍ସ,, ଆଇଟି ଷ୍ଟେଟମେଣ୍ଟ ଭଳି ୬୫୩ଟି ଦସ୍ତାବିଜ ସମେତ ରୋଷେଇ ସାମଗ୍ରୀ, ପୂଜା ସାମଗ୍ରୀ, କପଡ଼ା ଓ ଆସବାବପତ୍ର ଏବଂ ସ୍ମୃତି ରହିଛି।

ଜୟଲଳିତାଙ୍କ ଘରକୁ ମିଳିଥିବା ଅସ୍ଥାବର ସମ୍ପତ୍ତି ମଧ୍ୟରେ ୮,୩୭୬ଟି ପୁସ୍ତକ ମଧ୍ୟ ରହିଛି। ଏଥିରୁ ଜଣାପଡ଼େ ସେ ୟଜଣେ ପୁସ୍ତକପ୍ରେମୀ ତଥା ଉତ୍ସର୍ଗୀକୃତ ପାଠକ ଥିଲେ।

ଜୟଲଳିତାଙ୍କ ଦେହାନ୍ତ ପରେ ତାଙ୍କ ବାସଭବନ ‘ବେଦ ନୀଲୟମ’କୁ ଏକ ସ୍ମାରକୀରେ ପରିଣତ କରିବାର ନିଷ୍ପତ୍ତି ନିଆଗଲା। ଏନେଇ ବାସଭବନର କ୍ରୟ ମୂଲ୍ୟ ଭାବରେ ୬୭.୯ କୋଟି ଟଙ୍କା ସିଭିଲ କୋର୍ଟରେ ଜମା କରିଥିବା ନେଇ ତାମିଲନାଡୁ ସରକାର ନିକଟରେ ଘୋଷଣା କରିଛନ୍ତି। ଏହାସହ ଚେନ୍ନାଇ ଜିଲ୍ଲା ପ୍ରଶାସନ ‘ବେଦ ନୀଲୟମ’ର ଅଧିଗ୍ରହଣକୁ ସାର୍ବଜନୀନ କରିଛନ୍ତି।

The post ଜୟାଙ୍କ ଘରେ ଥିଲା ୪ କିଲୋ ସୁନା, ୬ କ୍ୱିଣ୍ଟାଲ ରୁପା, ୧୧ ଟିଭି, ୧୦ ଫ୍ରିଜ୍, ୨୮ ଏସି ୨୯ ଫୋନ୍‌ appeared first on Odisha Reporter.



from Odisha Reporter https://ift.tt/3ggaMhI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages