ରାଜସ୍ଥାନ ହାଇଡ୍ରାମା: ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରିବ କଂଗ୍ରେସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ରାଜସ୍ଥାନ ହାଇଡ୍ରାମା: ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରିବ କଂଗ୍ରେସ!

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୀତିକ ସଙ୍କଟକୁ ନେଇ ପୁଣିଥରେ କଂଗ୍ରେସରେ ଫାଟ ଦେଖାଯାଇଛି। ସଚିନ ପାଇଲଟ ବିଦ୍ରୋହ ଘୋଷଣା କରିବା ଓ ତାଙ୍କୁ ଅଯୋଗ୍ୟ ବିବେଚନା ପାଇଁ ବାଚସ୍ପତି ସିପି ଯୋଶୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତେବେ ଏହାକୁ ନେଇ କଂଗ୍ରେସର କିଛି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଇନଗତ ଉପାୟରେ ନୁହେଁ ବରଂ ରାଜନୀତିକ ଗୋଟି ଚାଳନା କରି ବିବାଦର ସମାଧାନ କରିବାକୁ ସେମାନେ ମତ ପ୍ରକାଶ କରିଛନ୍ତି। ସେହିପରି ଆଉ ଗୋଟିଏ ଗୋଷ୍ଠୀ ସୁପ୍ରିମକୋର୍ଟରେ ମାମଲା ଜାରି ରଖିବା ସପକ୍ଷରେ ମତ ଦେଇଛନ୍ତି। ଏହାକୁ ନେଇ ଦଳରେ ମତଭେଦ ସୃଷ୍ଟି ହୋଇଛି।

ବିବାଦ ବଢ଼ୁଥିବାରୁ ବାଚସ୍ପତି ସୁପ୍ରିମକୋର୍ଟରେ ରହିଥିବା ମାମଲାକୁ ପ୍ରତ୍ୟାହାର କରିପାରନ୍ତି। ହେଲେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ ବୋଲି ଜଣାପଡ଼ିଛି। ଆଜି ସୁପ୍ରିମକୋର୍ଟରେ ମାମଲା ଶୁଣାଣି ହେବାର ଅଛି। ତେଣୁ ଶୁଣାଣି ପୂର୍ବରୁ ଆବେଦନକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ କହିପାରେ। କିନ୍ତୁ ହାଇକୋର୍ଟରେ ପୂର୍ବଭଳି ଆବେଦନର ଶୁଣାଣି ଜାରି ରହିବ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

କଂଗ୍ରେସ ଓ ରାଜସ୍ଥାନ ସରକାରଙ୍କ ବିରୋଧରେ ସଚିନ ପାଇଲଟ ଆଣ୍ଡ କୋ ବିଦ୍ରୋହ ଘୋଷଣା କରିବାରୁ ରାଜ୍ୟରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ସିପି ଯୋଶୀ ବିଦ୍ରୋହୀ ସଚିନ ଓ ତାଙ୍କ ସମର୍ଥନରେ ଥିବା ୧୮ ଜଣ ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ବୋଲି ନୋଟିସ୍‌ କରିଥିଲେ। ଏହା ବିରୋଧରେ ସେମାନେ ହାଇକୋର୍ଟ ଯାଇଥିଲେ।

ହାଇକୋର୍ଟ ସମସ୍ତଙ୍କୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିଲେ। ଏହା ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟ ଯାଇଥିଲା। ସୁପ୍ରିମକୋର୍ଟ ଶୁଣାଣି କରିଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ହାଇକୋର୍ଟ ନେବେ ବୋଲି କହିଥିଲେ। ଏଥିସହ ସୋମବାର ମାମଲାର ଆଉ ଥରେ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରିଥିଲେ। ହେଲେ ଏହା ପୂର୍ବରୁ ହିଁ କଂଗ୍ରେସ ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର ପାଇଁ ବିଚାର ବିମର୍ଶ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆଜି ହାଇକୋର୍ଟରେ ମଧ୍ୟ ଆବେଦନର ଶୁଣାଣି ହେବାର ଅଛି। କେନ୍ଦ୍ର ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବାରୁ ଆଜି ଅତିରିକ୍ତ ସଲିସିଟର ଜେନେରାଲ ନିଜର ପକ୍ଷ ରଖିବେ।

The post ରାଜସ୍ଥାନ ହାଇଡ୍ରାମା: ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରିବ କଂଗ୍ରେସ! appeared first on Odisha Reporter.



from Odisha Reporter https://ift.tt/30TbU4p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages