ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ବିଷୋୟୀ ସାହିରେ ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ ବ୍ରଜରାଜ ବିଷୋୟୀ। ଅଭିଯୁକ୍ତର ନାଁ ଡେପୁଟି ବିଷୋୟୀ।
ଗତକାଲି ରାତିରେ ଡେପୁଟି ପୂର୍ବତନ ସରପଞ୍ଚ ବ୍ରଜରାଜଙ୍କ ଘରକୁ ଯାଇ ତାଙ୍କୁ ବାହାରକୁ ଆସିବାକୁ ଡାକିଥିଲା। ଏହାପରେ ବ୍ରଜରାଜ ଘରୁ ବାହାରିବା ପରେ ଡେପୁଟି ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ସାରଙ୍ଗଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅଭିଯୁକ୍ତ ଧରା ପଡ଼ିବା ପରେ ହିଁ ହତ୍ୟାର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
The post ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3jIkb3x
No comments:
Post a Comment