ଥାନାରେ ବାପ-ପୁଅଙ୍କ ମୃତ୍ୟୁ ଅଭିଯୋଗ, ତିନି ପୁଲିସ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ଥାନାରେ ବାପ-ପୁଅଙ୍କ ମୃତ୍ୟୁ ଅଭିଯୋଗ, ତିନି ପୁଲିସ ଗିରଫ

ଚେନ୍ନାଇ: ତାମିଲନାଡୁ ତୁଟିକୋରିନ୍ ପୁଲିସ ହେପାଜତରେ ବାପ (ପି ଜୟରାଜ )-ପୁଅ (ଫୋନିକ୍ସ) ମୃତ୍ୟୁ ଘଟଣାରେ ବୁଧବାର ତିନି ପୁଲିସ କର୍ମୀ ଗିରଫ ହୋଇଛନ୍ତି। ଏଥିସହିତ ଅନ୍ୟ ତିନି ପୁଲିସ କର୍ମୀଙ୍କ ବିରୋଧରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି। ତାମିଲନାଡୁ କ୍ରାଇମବ୍ରାଞ୍ଚ ବୁଧବାର ସବ୍-ଇନ୍ସପେକ୍ଟର ରଘୁ ଗଣେଶ ଏବଂ କନଷ୍ଟେବଳ ମୁରୁଗାନ୍ ଏବଂ ମୁଥୁରାଜଙ୍କୁ ଗିରଫ କରିଛି।

ସିବି-ସିଆଇଡିର ଇନ୍ସପେକ୍ଟର ଜେନେରାଲ୍ ଶଙ୍କର କହିଛନ୍ତି, ଆଇପିସିର ଧାରା ୩୦୨ରେ ଏଫ୍ଆଇଆରର ପରିବର୍ତ୍ତନ କରାଯାଇଛି। ଆଇଜି ଏବଂ ଏସପି (ସିବି-ସିଇଡି)କୁ ନେଇ ଗଠିତ ୧୨ଟି ସ୍ୱତନ୍ତ୍ର ଟିମ୍ ସମସ୍ତ ଦିଗରୁ ମାମଲାର ତଦନ୍ତ କରୁଛନ୍ତି।

ମୁଖ୍ୟ ଅଭିଯୁକ୍ତ ସବ୍ ଇନ୍ସପେକ୍ଟର ରଘୁ ଗଣେଶଙ୍କୁ ଗିରଫ କରାଯାଇ ରିମାଣ୍ଡରେ ନିଆଯାଉଛି। ଅବଶିଷ୍ଟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରାଯାଇଛି।

ବାପ ଏବଂ ପୁଅ ହତ୍ୟା ଅଭିଯୋଗରେ ଉଭୟ ସବ୍-ଇନ୍ସପେକ୍ଟର (ରଘୁ ଗଣେଶ ଏବଂ ବାଲକ୍ରିଷ୍ଣନ୍), ଦୁଇ ଜଣ କନଷ୍ଟେବଳ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ଭାବରେ ସନ୍ଦେହ ଜନକ ପରିସ୍ଥିତିରେ ମୃତ୍ୟୁ ମାମଲା ରୁଜୁ କରିଥିଲା ପୁଲିସ୍।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ କର୍ମଚାରୀଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିଛି। କୋର୍ଟ କହିଛନ୍ତି ଯେ, ତୁଟିକୋରିନ ମାମଲାରେ ତଦନ୍ତ ଚାଲିଥିବାବେଳେ ସେହି ପୁଲିସ କର୍ମଚାରୀମାନେ ଏଥିରେ ବାଧା ଦେଇ ନ୍ୟାୟିକ ଟିମକୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ।

ସୂଚନାଯୋଗ୍ୟ, ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ପି ଜୟରାଜ ଏବଂ ତାଙ୍କ ପୁଅ ଫୋନିକ୍ସ ଜୁନ୍ ୧୯ରେ ମୋବାଇଲ ଦୋକାନ ସମୟସୀମା ଭିତରେ ବନ୍ଦ କରିନଥିଲେ। ଏହାପରେ ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ସଥନକୁଲମ ପୁଲିସ ଗିରଫ କରିଥିଲା।

ଏହାପରେ ଜୁନ୍ ୨୧ରେ ଉଭୟ ବିଚାର ବିଭାଗୀୟ ହେପାଜତରେ ଥିଲେ। ଏହି ସମୟରେ ଥାନାରେ ପୁଲିସ କର୍ମଚାରୀମାନେ ତାଙ୍କୁ ନିର୍ଯାତନା ଦେବା ସହିତ ମାଡ଼ ମାରିଥିବା ଅଭିଯୋଗ ରହିଛି। ତେବେ ଜୟରାଜଙ୍କ ୨୨ ତାରିଖରେ ମୃତ୍ୟୁ ହୋଇଥିଲା ଏହାପରେ ୨୩ ତାରିଖ ସକାଳେ ପୁଅ ଫେନିକ୍ସଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୁଲିସ ଉପରେ ଅଙ୍ଗୁଳି ଉଠିବା ପରେ ଦୁଇ ସବ୍-ଇନ୍ସପେକ୍ଟରଙ୍କ ସମେତ ଚାରି ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

The post ଥାନାରେ ବାପ-ପୁଅଙ୍କ ମୃତ୍ୟୁ ଅଭିଯୋଗ, ତିନି ପୁଲିସ ଗିରଫ appeared first on Odisha Reporter.



from Odisha Reporter https://ift.tt/2YVu4ml

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages