ଜିଅନ୍ତା କୁମ୍ଭୀରକୁ ଗଛରେ ଟାଙ୍ଗି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ଜିଅନ୍ତା କୁମ୍ଭୀରକୁ ଗଛରେ ଟାଙ୍ଗି ମାରିଦେଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): କେରଳରେ ଏକ ଗର୍ଭିଣୀ ହାତୀକୁ ବାଣ ଖୁଆଇ ହତ୍ୟା କରିବା ପରି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ପୁଣି ଥରେ ବନ୍ୟ ପ୍ରାଣୀଙ୍କ ପରି ମଣିଷର ଘୃଣ୍ୟ ଆଚରଣ ସାମନାକୁ ଆସିଛି। ଏକ  ଜୀଅନ୍ତା କୁମ୍ଭୀରକୁ  ନଦୀରୁ ଆଣି ଗଛରେ ଟାଙ୍ଗି  ହତ୍ୟା କରାଯିବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରି ଘଟଣା ମାଲକାନଗିରି ଜିଲ୍ଲା ପଡିଆ ଥାନା କାଲଦାପାଲ୍ଲୀ ଅଞ୍ଚଳରେ ଘଟିଛି।  ଗତକାଲି ମଣିଷର ଏପରି କ୍ରୂର ଆଚରଣ ଦେଖିବାକୁ ମିଳିଥିବା ବେଳେ ବନ ବିଭାଗ କିନ୍ତୁ ଚୁପ୍‌ ବସିଛି।

 

ଗତକାଲି, କାଲଦାପାଲ୍ଲୀ ଅଞ୍ଚଳର କିଛି ଯୁବକ ପ୍ରାୟ ୧୦ ଫୁଟ ଲମ୍ବର ବିଶାଳକାୟ କୁମ୍ଭୀରକୁ ନିକଟସ୍ଥ ନଦୀରୁ ଉଦ୍ଧାର କରିଥିଲେ। ଏହାପରେ ସେମାନେ ଉକ୍ତ କୁମ୍ଭୀରକୁ ବାନ୍ଧି ଗାଁକୁ ଆଣିଥିଲେ। ଗାଁର ଏକ ତେନ୍ତୁଳି ଗଛ ଡ଼ାଳରେ ସେମାନେ କୁମ୍ଭୀରଟିକୁ ବାନ୍ଧି ଟାଙ୍ଗି ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଏହି ବିରାଟକାୟ କୁମ୍ଭୀର ଦେଖିବାକୁ ଗହଳି ମଧ୍ୟ ଦେଖିବାକୁ ମିଳିଥିଲା।

କୁମ୍ଭୀରଟିର ମୃତ୍ୟୁ ପରେ ଲୋକେ ତାହାର ମାଂସ ଭାଗ ବାଣ୍ଟି ନେଇଥିବା କୁହାଯାଉଛି । ଏହି ଘଟଣାର ଭିଡିଓ  ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ  ଆଲୋଚନା ଜୋର ଧରିଛି। କିନ୍ତୁ ଏଭଳି ଘୃଣ୍ୟ କାମ ଘଟିବାର ୨୪ ଘଣ୍ଟା ରୁ ଉର୍ଦ୍ଧ୍ୱ  ସମୟ ବିତିଯାଇଥିଲେ ମଧ୍ୟ ବନବିଭାଗ  ହାତ ଖାଲି ରହିଛି।

 

ଏ ସମ୍ପର୍କରେ କାଲିମେଳା ରେଞ୍ଜର ରାମଚନ୍ଦ୍ର ମାଡକାମିଙ୍କୁ ପଚାରିବାରୁ ବନ ବିଭାଗ ଟିମ୍‌ ଉକ୍ତ ଗାଁକୁ ଯାଇ ଲୋକଙ୍କୁ ପଚରାଉଚରା କରିଥିଲେ ମଧ୍ୟ କିଛି ସୂଚନା ପାଇପାରି ନ ଥିବା କହିଛନ୍ତି।  ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଭିଡିଓରେ କୁମ୍ଭୀରକୁ ବାନ୍ଧୁଥିବା ଲୋକଙ୍କ ଫଟୋ ଭିଡିଓରେ ଭଲ ଭାବେ ଦେଖାଯାଉଥିବା ସତ୍ତ୍ୱେ ବନ ବିଭାଗ ଟିମ୍‌ ସେମାନଙ୍କୁ ଧରିବାକୁ ଚେଷ୍ଟା ନ କରିବା ଘଟଣାକୁ ରହସ୍ୟ ଘେରକୁ ଠେଲି ଦେଉଛି।

The post ଜିଅନ୍ତା କୁମ୍ଭୀରକୁ ଗଛରେ ଟାଙ୍ଗି ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/2D1UIBm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages