ମୁମ୍ବାଇ: ଆକ୍ସନ୍ ଡାଇରେକ୍ଟର ପର୍ଭେଜ୍ ଖାନ୍ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।
ସୋମବାର ସକାଳେ ପର୍ଭେଜ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ତାଙ୍କ ମୃତ୍ୟୁରେ ଫିଲ୍ମ ନିର୍ମାତା ହଂସଲ ମେହତା ଦୁଃଖ ପ୍ରକାଶ କରି କହିଛନ୍ତି ଯେ ପର୍ଭେଜ୍ ଖାନ୍ ଜଣେ ଖୁବ୍ ଭଲ ଆକ୍ସନ ଡାଇରେକ୍ଟର ଥିଲେ। ଏହା ବ୍ୟତୀତ ସେ ଜଣେ ଖୁବ୍ ଭଲ ମଣିଷ ଥିଲେ।
ଆକ୍ସନ ଡାଇରେକ୍ଟର ଆକବର ବକ୍ସିଙ୍କ ଆସିଷ୍ଟାଣ୍ଟ ଭାବେ ପର୍ଭେଜ୍ ଖାନ୍ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଅକ୍ଷୟ କୁମାରଙ୍କ ‘ଖିଲାଡ଼ୀ’, ଶାହାରୁଖ ଖାନ୍ଙ୍କ ‘ବାଜିଗର’ ଓ ବବି ଦେଓଲଙ୍କ ‘ସୋଲଜର’ ଫିଲ୍ମରେ ସେ ଆକବର ବକ୍ସିଙ୍କ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ।
୨୦୦୪ରେ ରିଲିଜ୍ ହୋଇଥିବା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଅବ୍ ତକ୍ ଛପନ୍’ରୁ ସେ ଆକ୍ସନ୍ ଡାଇରେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ‘ଜନି ଗଦ୍ଦାର’, ‘ଏଜେଣ୍ଟ ବିନୋଦ’ ଓ ‘ବଦଲାପୁର’ ଭଳି ପ୍ରାୟ ୫୬ଟି ଫିଲ୍ମରେ ଆକ୍ସନ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ।
The post ବଲିଉଡ୍କୁ ଆଉ ଏକ ଝଟ୍କା; ଚାଲିଗଲେ ପର୍ଭେଜ୍ appeared first on Odisha Reporter.
from Odisha Reporter https://ift.tt/2D9VWuj
No comments:
Post a Comment