‘ହଳଦୀରେ ଥିବା ଉପାଦାନ କ୍ୟାନସର ସେଲକୁ ମାରିପାରିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 14, 2020

‘ହଳଦୀରେ ଥିବା ଉପାଦାନ କ୍ୟାନସର ସେଲକୁ ମାରିପାରିବ’

ଚେନ୍ନାଇ: TNF-Related Apoptosis-Inducing Ligand’ (TRAIL) ଏକ ପ୍ରୋଟିନ୍। ଏହି ପ୍ରୋଟିନ୍ ହଳଦୀ ଏବଂ କୁରକୁମିନ (ହଳଦୀରୁ ପ୍ରସ୍ତୁତ ଏକ ରସାୟନ)ରେ ରହିଛି। ମଣିଷ ଶରୀରରେ ତିଆରି ହେଉଥିବା କ୍ୟାନସର ସେଲକୁ ମାରିବାରେ ଏହି TRAIL ପ୍ରୋଟିନ୍ ସାହାଯ୍ୟ କରିବ। ଆଇଆଇଟି, ମାଡ୍ରାସର ଗବେଷକମାନେ ଗବେଷଣା କରି ଏହା କହିଛନ୍ତି।

ବିଶ୍ୱରେ ଏହି ପ୍ରୋଟିନକୁ ନେଇ ଅନେକ ପରୀକ୍ଷଣ ହେବାପରେ ଏଭଳି ଉପଲବ୍ଧି ସାମ୍ନାକୁ ଆସିଥିବା ଜଣେ ଗବେଷକ କହିଛନ୍ତି। କ୍ୟାନସରରେ ଆକ୍ରାନ୍ତଙ୍କ ଚିକିତ୍ସା ବେଳେ କ୍ୟାନସରର ବାହକ ସାଜିଥିବା ସେଲ୍ ବା କୋଷକୁ ମାରିବା ନିହାତି ଦରକାର। ଏହି ସମୟରେ ସୁସ୍ଥ କୋଷ କ୍ଷତିଗ୍ରସ୍ତ ନହେବା ଦରକାର। ସାଧାରଣତଃ କ୍ୟାନସର ଚିକିତ୍ସା ବେଳେ ଅନେକ ସୁସ୍ଥ କୋଷ କ୍ଷତିଗ୍ରସ୍ତ ହେଉଥିବାର ନଜିର ରହିଛି। ଏଭଳି କ୍ଷେତ୍ରରେ ହଳଦି ଏବଂ କୁରକୁମିନରୁ ଉତ୍ପନ୍ନ ହେଉଥିବା TRAIL ପ୍ରୋଟିନ୍ କ୍ୟାନସର ବାହାକ କୋଷକୁ ମାରିବାରେ ସହାୟକ ହେବ ବୋଲି ଗବେଷକମାନେ କହିଛନ୍ତି।

ଆଇଆଇଟି ମାଡ୍ରାସରେ ହୋଇଥିବା ଏହି ଗବେଷଣାରେ ପ୍ରଫେସର ରାମ ଶଙ୍କର ବର୍ମା, ଭୁପଟ ଏବଂ ଜ୍ୟୋତି ମେହେଟା ସାମିଲ୍ ହୋଇଛନ୍ତି। ଏମାନେ ସମସ୍ତେ ଆଇଆଇଟି ମାଡ୍ରାସର ବାୟୋଟେକ୍ନୋଲଜି ବିଭାଗର କାର୍ଯ୍ୟରତ। କଞ୍ଚା ହଳଦୀରେ ଥିବା ଏକ ନିର୍ଦ୍ଦିଷ୍ଟ ଅଂଶ ହିଁ କୁରକୁମିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ତରକାରୀକୁ ରଙ୍ଗ କରିବା ପାଇଁ ହେଲେ କିମ୍ୱା ସ୍ୱାଦ କରିବା ପାଇଁ କଞ୍ଚା ହଳଦୀର ଏହି ନିର୍ଦ୍ଦିଷ୍ଟ ଅଂଶକୁ ବ୍ୟବହାର କରାଯାଏ।

କୁରକିମିନ କ୍ୟାନସର ନିରୋଧୀ ଭାବରେ ଜଣାଶୁଣା। TRAILରେ ଏକ ସେନସିଟାଇଜର ଭାବରେ କାର୍ଯ୍ୟ କରେ। ପ୍ରୋଷ୍ଟେଟ କର୍କଟ, ସ୍ତନ କର୍କଟ, କୋଲୋନ କର୍କଟ ଏବଂ କ୍ଷତିକାରକ ଗ୍ଲୋମା କ୍ଷେତ୍ରରେ ଏହି TRAIL ପ୍ରୋଟିନ ସାହାଯ୍ୟ କରେ।

The post ‘ହଳଦୀରେ ଥିବା ଉପାଦାନ କ୍ୟାନସର ସେଲକୁ ମାରିପାରିବ’ appeared first on Odisha Reporter.



from Odisha Reporter https://ift.tt/390XxOX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages