ବାହାରେ ବୁଲୁଛନ୍ତି ପ୍ରବାସୀ; ସାବୁନ, ପେଷ୍ଟ କିଣିବା ସହ ଚା’ ଜଳଖିଆ ବି ଖାଉଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ବାହାରେ ବୁଲୁଛନ୍ତି ପ୍ରବାସୀ; ସାବୁନ, ପେଷ୍ଟ କିଣିବା ସହ ଚା’ ଜଳଖିଆ ବି ଖାଉଛନ୍ତି

ପାରାଦୀପ(ରମାକାନ୍ତ ନାୟକ): ସଙ୍ଗରୋଧ କେନ୍ଦ୍ରରେ କରୋନା କଟକଣାକୁ ଫୁ। ମନଇଚ୍ଛା ବାହାରେ ବୁଲୁଛନ୍ତି ପ୍ରବାସୀ। ସାବୁନ, ପେଷ୍ଟ କିଣିବା ସହ ଚା’ ଜଳଖିଆ ବି ଖାଉଛନ୍ତି। ଏପରି ଉଦ୍‌ବେଗଜନକ ଘଟଣା ଦେଖିବାକୁ ମିଳିଛି ପାରାଦୀପରେ। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପ୍ରବାସୀମାନେ କିନ୍ତୁ ବାହାରେ ବୁଲିବାର ମଜା ନେଉଛନ୍ତି ।

ବାହାର ରାଜ୍ୟରୁ ଆସି ଆଇସୋଲେସନରେ ଥିବା ଶ୍ରମିକମାନେ ସରକାରୀ କଟକଣା ମାନୁ ନ ଥିବା ଖୋଦ‌୍‍ ଜିଲ୍ଲାପାଳ ସ୍ୱୀକାର କରି ସାରିଲେଣି। ଫଳରେ ପାରାଦୀପ ଏବେ କରୋନା ହଟସ୍ପଟ ଆଡ଼କୁ ମୁହାଁଇବାରେ ଲାଗିଛି। । ପରିସ୍ଥିତି ବିଗୁଡୁଥିବା ଦେଖି ଆସନ୍ତା ୨୫ ତାରିଖ ବଦଳରେ ଗତକାଲିଠାରୁ ଆଇଓସିଏଲ ରିଫାଇନାରୀ ଏବଂ ଏଲଆଣ୍ଡଟି ଲେବର କଲୋନୀ ନିକଟରେ ୧୪୪ ଧାରା ଜାରି କରାଯାଇଛି।

ପାରାଦୀପ ବଡ଼ପଡ଼ିଆ ମାର୍କେଟ ନିକଟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୧୯ ପ୍ରବାସୀ  ଥିବା ବେଳେ ଗତକାଲି  ସେମାନଙ୍କ ମଧ୍ୟରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ରାତିରେ ପୁଲିସ୍‌ ପହରାରେ ଆମ୍ୱୁଲାନ୍ସରେ ସେମାନଙ୍କୁ କୋଭିଡ‌୍‍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରଠାରୁ ସହରବାସୀଙ୍କ ଛାତିରେ ଛନକା ପଶିଯାଇଛି। କିନ୍ତୁ ପ୍ରଶାସନର ନିଦ ଭାଙ୍ଗୁନି। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କଟକଣା ସମ୍ପୂର୍ଣ୍ଣ ଢିଲା ଥିବାରୁ ପ୍ରବାସୀମାନେ ବାହାରେ ବୁଲି ପାରୁଥିବା ସେମାନେ ଅଭିଯୋଗ କରୁଛନ୍ତି।

ପାରାଦୀପରେ ହୁ ହୁ ହୋଇ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା। ପାରାଦୀପରେ  ଗତ ୩ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଛୁଇଁଲାଣି। ରବିବାର  ୧୯ ଜଣ, ଶନିବାର ୧୮ ଜଣ ଏବଂ ଶୁକ୍ରବାର ୬ ଜଣ ପଜିଟିଭ ଚିହ୍ନଟ  ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏହା ପୂର୍ବରୁ ଆଉ ୩ / ୪ ଜଣ ପଜିଟିଭ ବାହାରିଥିଲେ। ଏପରି ଉଦ୍‌ବେଗଜନକ ସମୟରେ ବି  ପାରାଦୀପ ଟାଉନସିପ୍‌ରେ  ଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ଅନ୍ତେବାସୀମାନେ ଖୁଲମଖୁଲା ବାହାରେ ବୁଲୁଥିବାର ଭିଡିଓ ପାରାଦୀପସାରା ଘୂରି ବୁଲୁଛି। ଯାହା ପାରାଦୀପବାସୀଙ୍କ ଚିନ୍ତା ବଢାଇଛି।

ବାହାର ରାଜ୍ୟରୁ ଆସି ଆଇସୋଲେସନରେ ଥିବା ଶ୍ରମିକମାନେ ସରକାରୀ କଟକଣା ମାନୁ ନାହାନ୍ତି ବୋଲି ଖୋଦ‌୍‍ ଜିଲ୍ଲାପାଳ  ସ୍ୱୀକାର କରି ସାରିଲେଣି। ଏଯାଏ ସ୍ଥାନୀୟ ସଂକ୍ରମଣ ନଜରକୁ ଆସିନଥିଲେ ବି ଶିଳ୍ପାନୁଷ୍ଠାନର ଆଇସୋଲେସନ କେନ୍ଦ୍ରରୁ ଯେଉଁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେଉଛନ୍ତି, ତାକୁ ନେଇ ପାରାଦୀପବାସୀଙ୍କ ଆଖିରୁ ନିଦ ହଜିଗଲାଣି।

ଝାଡଖଣ୍ଡ, ତାମିଲନାଡୁ, ମହାରାଷ୍ଟ୍ର, କୋଲକାତା ଭଳି ବହୁଳ ସଂକ୍ରମିତ ରାଜ୍ୟରୁ ଶ୍ରମିକ ଆଣି ଅତି ବେପରୁଆ ଭାବର ପରିଚୟ ଦେଇସାରିଛନ୍ତି ଉଭୟ କମ୍ପାନୀ ଓ ପ୍ରଶାସନ। ସେମାନଙ୍କ ଖାମଖିଆଲି ତଥା ଢିଲାପଣ ଯୋଗୁଁ ପାରାଦୀପ ଏବେ କରୋନା ହଟସ୍ପଟ ଆଡକୁ ମୁହାଁଉଥିବା ଅଞ୍ଚଳବାସୀ ଆଶଙ୍କା କଲେଣି।

ଉଲ୍ଲେଖଯୋଗ୍ୟ ଯେ, ପାରାଦୀପ କୋଭିଡ ହସ୍ପିଟାଲରେ ୫୦ ଶଯ୍ୟା ଥିବା ବେଳେ ଏବେ ସେଠାରେ ୬୫ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ଥିବାରୁ ସେମାନଙ୍କୁ କିପରି ଓ କେଉଁଠି ଚିକିତ୍ସା କରାଯିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ବାହାରେ ବୁଲୁଛନ୍ତି ପ୍ରବାସୀ; ସାବୁନ, ପେଷ୍ଟ କିଣିବା ସହ ଚା’ ଜଳଖିଆ ବି ଖାଉଛନ୍ତି appeared first on Odisha Reporter.



from Odisha Reporter https://ift.tt/2WBU9oE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages