ହିସରା: କୌଣସି ପରୀକ୍ଷାରେ କେହି ଫୁଲ ମାର୍କ ରଖିଥିବା ଆପଣ ଶୁଣିଛନ୍ତି କି? ଗୋଟିଏ କିମ୍ବା ଦୁଇଟି ବିଷୟରେ କେହି ଫୁଲ ମାର୍କ ରଖିବା ଘଟଣା ଆପଣ ପୂର୍ବରୁ ଶୁଣିଥିବେ। ହେଲେ ହରିଆଣାର ହିସ୍ରା ଅନ୍ତର୍ଗତ ଟାଗୋର ସିନିୟର ସେକାଣ୍ଡାରୀ ହାଇସ୍କୁଲର ଛାତ୍ରୀ ରିଶିତା ନୂଆ ରେକର୍ଡ କରିଛନ୍ତି।
ସେ ହରିଆଣା ୧୦ମ ବୋର୍ଡ ପରୀକ୍ଷାରେ ୧୦୦% ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ୫ଟି ବିଷୟରେ ୧୦୦% ମାର୍କ ରଖିଛନ୍ତି। ୬ଟି ବିଷୟରୁ ସେ ୫ଟିରେ ପରୀକ୍ଷା ଦେଇଥିଲେ। ଏହି ୫ଟି ବିଷୟରେ ସେ ୧୦୦ ଲେଖାଏ ମାର୍କ ରଖିଛନ୍ତି। ଏହି ବିଷୟ ଗୁଡ଼ିକ ହେଲା ଇଂରାଜୀ, ଗଣିତ, ସାମାଜିକ ବିଜ୍ଞାନ ଓ ଏମଏଚ୍ଭି।
କରୋନା ପାଇଁ ଗୋଟିଏ ବିଷୟରେ ପରୀକ୍ଷା ହୋଇନଥିଲା। ତେଣୁ ୧୦ମ ବୋର୍ଡ ପରୀକ୍ଷା ରେଜଲ୍ଟ ଏହି ୫ଟି ବିଷୟର ଫଳାଫଳକୁ ନେଇ ପ୍ରକାଶ ପାଇଛି। ଟାଗୋର ସିନିୟର ସେକାଣ୍ଡାରୀ ହାଇସ୍କୁଲର ଆଉ ୩ ଜଣ ଛାତ୍ରୀ ଚଳିତ ବର୍ଷ ଟପ୍ ୩ଟି ସ୍ପଟ୍ ଦଖଲ କରିଛନ୍ତି। ଉମା, ସ୍ନେହା ଓ କଳ୍ପନା ୯୯.୮% ଲେଖାଏ ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ଚଳିତ ବର୍ଷ ହରିଆଣାରେ ୩,୩୭,୬୯୧ ଜଣ ଦଶମ ପରୀକ୍ଷା ଦେଇଥିଲେ। ସେମାନଙ୍କ ପାସ୍ ହାର ୬୪.୫୯% ରହିଛି। ସେହିପରି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ ହାର ୬୯.୮୬% ଥିବା ବେଳେ ଛାତ୍ରଙ୍କ ପାସ ହାର ୬୦.୭୨% ରହିଛି।
The post ୧୦ମ ବୋର୍ଡ ପରୀକ୍ଷାରେ ୧୦୦ରୁ ୧୦୦ ମାର୍କ ରଖିଲେ ରିଶିତା appeared first on Odisha Reporter.
from Odisha Reporter https://ift.tt/2ZhKaqt
No comments:
Post a Comment