ଜନସାଧାରଣଙ୍କୁ ସରକାରୀ ଅଫିସ୍ ମନା; ଡିଜିଟାଲ ପ୍ଲାଟଫର୍ମରେ କରିବେ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ଜନସାଧାରଣଙ୍କୁ ସରକାରୀ ଅଫିସ୍ ମନା; ଡିଜିଟାଲ ପ୍ଲାଟଫର୍ମରେ କରିବେ ଅଭିଯୋଗ

ଭଦ୍ରକ(ପାର୍ଥସାରଥୀ ନାୟକ): କରୋନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆଜିଠାରୁ ସାଧାରଣ ଲୋକେ ସରକାରୀ କାର୍ଯ୍ୟାଳୟକୁ ନଆସି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ କରି ପାରିବେ। ଏହାସହ ପ୍ରଶାସନ ନିକଟରୁ ୭୨ ଘଣ୍ଟାରେ ଉତ୍ତର ପାଇପାରିବେ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଇମେଲ , ଟ୍ୱିଟ୍‌ , ଫେସବୁକ ଓ ଟେଲିଫୋନ ନମ୍ବର ଜାରି କରାଯାଇଛି। କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ଟେଲିଫୋନ ନମ୍ବର – 06784-251881। ଇମେଲ – pgcollectoratebdk@gmail.com। ଟୁଇଟର – @DM_Bhadrak। ଫେସବୁକ-https://ift.tt/32gYPUT ଜରିଆରେ ଅଭିଯୋଗ କରିପାରିବେ।

ଜନସାଧାରଣ ଜିଲ୍ଲାର କୌଣସି କାର୍ଯ୍ୟାଳୟକୁ ନଆସି ଡିଜିଟାଲ ଉପାୟରେ ନିଜ ଅଭିଯୋଗ ଦାଖଲ କରିବେ। ତେବେ ଅଭିଯୋଗ ପାଇଁ କେତେକ ନିୟମ ରହିଛି। ଅଭିଯୋଗକାରୀ ଅଭିଯୋଗ ସମୟରେ ନିଜ ନାମ, ମୋବାଇଲ ନମ୍ବର , ଇମେଲ ଠିକଣା , ନିଜର ବାସସ୍ଥାନର ଠିକଣା ଓ ଅଭିଯୋଗର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ଆବଶ୍ୟକ।

ସୂଚନାଯୋଗ୍ୟ,  କରୋନା ସଂକ୍ରମିତଙ୍କ ସଂଖ୍ୟା ରୋକିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

The post ଜନସାଧାରଣଙ୍କୁ ସରକାରୀ ଅଫିସ୍ ମନା; ଡିଜିଟାଲ ପ୍ଲାଟଫର୍ମରେ କରିବେ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/2OeyNcu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages