ପାକିସ୍ତାନରେ ବୁଦ୍ଧଙ୍କ ୧୭ ହଜାର ବର୍ଷ ପୁରୁଣା ଓ ବିରଳ ପ୍ରତିମୂର୍ତ୍ତି ମାଟିରେ ମିଶିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ପାକିସ୍ତାନରେ ବୁଦ୍ଧଙ୍କ ୧୭ ହଜାର ବର୍ଷ ପୁରୁଣା ଓ ବିରଳ ପ୍ରତିମୂର୍ତ୍ତି ମାଟିରେ ମିଶିଲା

ପେଶାୱର: ପାକିସ୍ତାନର ନର୍ଥୱେଷ୍ଟ ଖାୟବର-ପାଖତୁନଖ୍ୱା ଠାରେ ଥିବା ବୁଦ୍ଧ ଦେବଙ୍କ ବିରିଳ ପ୍ରତିମୂର୍ତ୍ତିକୁ ନିର୍ମାଣ ଶ୍ରମିକମାନେ ହାତୁଡ଼ାରେ ପିଟି ଖଣ୍ଡଖଣ୍ଡ କରିଦେଇଛନ୍ତି। ଏହି ପ୍ରତିମୂର୍ତ୍ତିଟି ୧୭ ହଜାର ବର୍ଷର ପୁରୁଣା ଓ ଏହା ଗାନ୍ଧରା ସଭ୍ୟତା ସମୟର ବୋଲି ଜଣାପଡ଼ିଛି।

ସ୍ଥାନୀୟ ମୌଲବୀଙ୍କ ନିର୍ଦ୍ଦେଶକ୍ରମରେ ଏହାକୁ ଭଙ୍ଗା ଯାଇଥିବା ଜଣାପଡ଼ିଛି। ମରଦାନ ଜିଲ୍ଲା ଅନ୍ତର୍ଗତ ତାକତା ଭାଇ ତହସିଲ ଅଧୀନରେ ଥିବା ଗୋଟିଏ ଚାଷ ଜମିକୁ ଖୋଳା ଯାଉଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ ମଧ୍ୟ କରିଛି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଜଣେ ଶ୍ରମିକ ପ୍ରତିମୂର୍ତ୍ତିଟିକୁ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଅନ୍ୟମାନେ ସେଠାରେ ଛିଡ଼ା ହୋଇ ଭଙ୍ଗାରୁଜା ଘଟଣା ଦେଖୁଥିବା ବେଳେ ଆଉ କିଛି ଲୋକ ଏହାର ଶୁଟିଂ କରିବାରେ ଲାଗିଛନ୍ତି।

ଖାୟବର-ପାଖତୁନଖ୍ୱାର ସଂଗ୍ରହାଳୟର ନିର୍ଦ୍ଦେଶକ ଅବଦୁସ ସାମଦା ଖାନ କହିଛନ୍ତି, ପ୍ରତିମୂର୍ତ୍ତିର ଖଣ୍ଡବିଖଣ୍ଡିତ ହୋଇଯାଇଥିବା ଅଂଶକୁ ଆମେ ସଂଗ୍ରହ କରିଛୁ। ଏହା ଏକ ବିରଳ ପ୍ରତିମୂର୍ତ୍ତି ଥିଲା। ଯାହାକୁ ଏବେ ଆମେ ହରାଇ ଦେଇଛୁ। ଏହା ଗାନ୍ଧରା ସଭ୍ୟତାରେ ନିର୍ମାଣ ହୋଇଥିଲା। ପ୍ରାୟ ୧୭ ହଜାର ବର୍ଷ ଧରି ପ୍ରତିମୂର୍ତ୍ତିଟି ଏଠାରେ ଥିଲା।

ପୁଲିସ୍‌ ଏବେ ପୂରା ଅଞ୍ଚଳକୁ କର୍ଡନ କରିଦେଇଛି। ଏହାକୁ କେବେ ହେଲେ ସହ୍ୟ କରାଯିବ ନାହିଁ। ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।

The post ପାକିସ୍ତାନରେ ବୁଦ୍ଧଙ୍କ ୧୭ ହଜାର ବର୍ଷ ପୁରୁଣା ଓ ବିରଳ ପ୍ରତିମୂର୍ତ୍ତି ମାଟିରେ ମିଶିଲା appeared first on Odisha Reporter.



from Odisha Reporter https://ift.tt/2ZGV8WK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages