ନୂଆଦିଲ୍ଲୀ: ସକାଳେ ହେବାକୁ ଥିବା ରାଜସ୍ଥାନ କଂଗ୍ରେସ ବିଧାୟକର ଦଳ ବୈଠକରେ ଯୋଗ ଦେବେନି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ବିଳମ୍ୱିତ ରାତ୍ରିରେ ତାଙ୍କ ଅଫିସ ତରଫରୁ ଏହି ସୂଚନା ମିଳିଛି। ଅନ୍ୟପଟେ ରାଜସ୍ଥାନ କଂଗ୍ରେସ ଦାୟିତ୍ୱରେ ଥିବା ଦଳର ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି ଗେହଲଟ ସରକାରଙ୍କ ପାଖରେ ୧୦୯ ବିଧାୟକଙ୍କ ସମର୍ଥନ ରହିଛି। ସଚିନ ଏବଂ ତାଙ୍କ ସମର୍ଥକଙ୍କ ପାଇଁ ଦ୍ୱାରା ଖୋଲା ଅଛି। ତେବେ ଘୋଡା ବେପାର ଆଶଙ୍କା କରି ବିଧାୟକଙ୍କୁ ଏକ ରିସୋର୍ଟରେ ରଖିଛନ୍ତି।
Haryana: Rajasthan Congress MLAs Inder Raj Gurjar, PR Meena, GR Khatana, and Harish Meena among others, at a hotel in Manesar. (Video released from Sachin Pilot's office of MLAs supporting him) pic.twitter.com/IHToT5tkiR
— ANI (@ANI) July 13, 2020
ଅନ୍ୟପଟେ ସଚିନ ପାଇଲଟଙ୍କ ଅଫିସ ମଧ୍ୟ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ସଚିନଙ୍କ ପାଖରେ ୧୬ ବିଧାୟକ ରହିଥିବା ସୂଚନା ରହିଛି। । ତେବେ ଭିଡିଓରେ ପାଇଲଟ ନଥିବା ଦେଖିବାକୁ ମିଳିଛି। ସଚିନଙ୍କ ସମର୍ଥକ ବିଧାୟକ ମୁକେଶ ଭାକର ଟୁଇଟ୍ କରି କହିଛନ୍ତି, “କଂଗ୍ରେସର ନିଷ୍ଠାର ଅର୍ଥ ଅଶୋକ ଗେହଲଟଙ୍କ ଗୁଲାମି। ଏହାକୁ ଆମେ ସ୍ୱୀକାର କରିବୁ ନାହିଁ”।
" जिंदा हो तो जिंदा नजर आना जरूरी है
उसूलों पर आंच आए तो टकराना जरूरी है"कांग्रेस में निष्ठा का मतलब है अशोक गहलोत की गुलामी।
वो हमें मंजूर नहीं।— Mukesh Bhakar (@MukeshBhakar_) July 13, 2020
ହେଲେ ମୋଟ୍ ୩୦ ଜଣ ବିଧାୟକ ସଚିନଙ୍କ ପାଖରେ ଥିବା ଦାବି କରିଛି ତାଙ୍କ ଅଫିସ। ଯଦି ଗେହଲଟଙ୍କ ସମର୍ଥନରେ ୧୦୯ ବିଧାୟକ ରହିଛନ୍ତି ତା’ହେଲେ ବିଧାୟକଙ୍କ ପାଇଁ ବାଟ ଖୋଲା ରହିଛିର ମାନେ କ’ଣ? ଅସଲରେ ଗେହଲଟ ସରକାର ବିଧାୟକ ସଂଖ୍ୟାକୁ ନେଇ ବିଚଳିତ ନୁହନ୍ତି ତ?
The post ‘କଂଗ୍ରେସରେ ନିଷ୍ଠା ମାନେ ଗେହଲଟଙ୍କ ଗୁଲାମି’ appeared first on Odisha Reporter.
from Odisha Reporter https://ift.tt/32eP89f
No comments:
Post a Comment