ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା

ବିନିକା( ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ମୃତକମାନେ ହେଲେ ବୁଲୁ ଭୋଇ(୬୫),  ତାଙ୍କ ସ୍ତ୍ରୀ  ବଇଦେହି ଭୋଇ (୫୫) ଓ ପୁଅ  ଶିବ ଭୋଇ (୨୫)।

ଗତକାଲି ରାତିରେ କେହି ଦୁର୍ବୃତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତଦେହ ଘର ବାହାରେ ପଡ଼ିଥିବା ବେଳେ ତାଙ୍କ ବାପା ଓ ମାଆଙ୍କ ମୃତଦେହ  ଘର ଭିତରେ ପଡ଼ି ରହିଛି। ଆଜି ସକାଳେ ଶିବ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ବୁଲୁ ଭୋଇଙ୍କ ଦୁଇଟି ଝିଅ  ବାହା ହୋଇ ଯାଇଥିବା ବେଳେ ସାନ ପୁଅ ଶଙ୍କର ଭୋଇ ତାମିଲନାଡୁରେ କାମ କରୁଛନ୍ତି।

The post ଗୋଟିଏ ପରିବାରର ୩ ଜଣଙ୍କୁ ବୀଭତ୍ସ ହତ୍ୟା appeared first on Odisha Reporter.



from Odisha Reporter https://ift.tt/2CI46tU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages