୨୯ ଦିନରେ ଭୁଶୁଡ଼ି ଗଲା ୨୬୪ କୋଟିର ମହାସେତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

୨୯ ଦିନରେ ଭୁଶୁଡ଼ି ଗଲା ୨୬୪ କୋଟିର ମହାସେତୁ

ବିହାର: ୨୯ ଦିନରେ ଭୁଶୁଡ଼ି ପଡ଼ିଲା ୨୬୪ କୋଟିର ସେତୁ। ପାଣି ପ୍ରବାହର ଚାପରେ ଗୋପାଲଗଞ୍ଜ ଜିଲ୍ଲାସ୍ଥିତ ୨୬୪ କୋଟି ବନିମୟରେ ନିର୍ମିତ ସତ୍ତରଘାଟ ମହାସେତୁ ବୁଧବାର ଧ୍ୱଂସ ହୋଇଯାଇଛି। ଜୁନ ୧୫ରେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଦଘାଟନ କରିଥିଲେ। କିନ୍ତୁ ଲଗାତର ବର୍ଷା ଓ ସାମାନ୍ୟ ବନ୍ୟା ଭଳି ସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତି ସେତୁଟି ନିଜର ସତ୍ତା ହରାଇଛି ଓ ଧ୍ୱଂସ ହୋଇଯାଇଛି।

ମହାସେତୁଟି ଭୁଶୁଡ଼ି ଯିବା ପରେ ଚମ୍ପାରଣ ତିରହୁତ ଏବଂ ସାରଣର ଅନେକ ଜିଲ୍ଲା ସହ ସମ୍ପର୍କ ବିଚ୍ଛିନ୍ନ ହୋଇଛି। ମାତ୍ର ୨୯ ଦିନରେ ମହାସେତୁ ଭୁଶୁଡ଼ି ଯିବା ନେଇ ବିହାର ସରକାର ଉପରେ ଲୋକେ କ୍ରୋଧାନ୍ୱିତ ଅଛନ୍ତି ଏବଂ ଏହାର ଜବାବ ମାଗୁଛନ୍ତି। ଅନ୍ୟପଟେ ବଲିଉଡ୍ ଅଭିନେତ୍ରୀ ରୁଚା ଚଡ୍ଡା ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଲୋକେ ଖୁବ୍ ପ୍ରତିକ୍ରିୟା ଦେଉଛନ୍ତି।

ଅନ୍ୟପଟେ ଏନେଇ ରାଜ୍ୟ ସଡ଼କ ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବ ବେପରୁଆ ପ୍ରତିକ୍ରିୟା ଆସିଛି, ଯାହାକୁ ନେଇ ଲୋକଙ୍କ ଆକ୍ରୋଶ ଆହୁରି ବଢ଼ିଯାଇଛି। ନନ୍ଦ କିଶୋର କହିଛନ୍ତି ଯେ, ପ୍ରାକୃତିକ ବିପର‌୍ୟ୍ୟୟ ଆସିଲେ ରାସ୍ତା ଭାସିଯାଏ, ସେତୁ ଭାଙ୍ଗିଯାଏ।

ସେ ପୁଣି କହିଛନ୍ତି, ସତ୍ତର ଘାଟର ସେତୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଡ୍ୟାମ୍ ଭିତରେ ଏକ ସେତୁ ଅଛି, ଯାହାର କେବଳ ଆପ୍ରୋଚ ରୋଡଟି ଭୁଶୁଡ଼ି ପଡ଼ିଛି। ଏହା ଏକ ପ୍ରାକୃତିକ ବିପର‌୍ୟ୍ୟୟ। ଏହାଦ୍ୱାରା ତ ରାସ୍ତା ଭାସିଯାଏ, ସେତୁ ଭାଙ୍ଗିଯାଏ।

ମନ୍ତ୍ରୀ ନନ୍ଦ କିସୋର ଆହୁରି କହିଚନ୍ତି, ସତ୍ତରଘାଟ ମହାସେତୁରେ ୩ଟି ଛୋଟ ଛୋଟ ସେତୁ ରହିଛି। ସତ୍ତରଘାଟ ସେତୁରୁ ୨ କି.ମି ଦୂରରେ ଥିବା ଛୋଟ ସେତୁର କେବଳ ଆପ୍ରୋଚ ରୋଡ୍ ପାଣିର ପ୍ରବାହରେ ଭୁଶୁଡ଼ି ପଡ଼ିଛି। ସମ୍ପୂର୍ଣ୍ଣ ମହାସେତୁର କୌଣସି କ୍ଷତି ହୋଇନାହିଁ। ପାଣିର ପ୍ରବାହ ବଢ଼ିଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଜଳ ପ୍ରବାହ କମିଗଲେ ଏହାକୁ ଠିକ୍ କରାଯିବ ବୋଲି ସେ କହିଛନ୍ତି।

The post ୨୯ ଦିନରେ ଭୁଶୁଡ଼ି ଗଲା ୨୬୪ କୋଟିର ମହାସେତୁ appeared first on Odisha Reporter.



from Odisha Reporter https://ift.tt/3gYFj3k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages