ଦେଶରେ କରୋନା ସ୍ଥିତି ସାଂଘାତିକ: ଦିନକରେ ୧୧୨୯ ମୃତ, ୪୫ ହଜାର ୭୨୦ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ଦେଶରେ କରୋନା ସ୍ଥିତି ସାଂଘାତିକ: ଦିନକରେ ୧୧୨୯ ମୃତ, ୪୫ ହଜାର ୭୨୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ସାଂଘାତିକ ରୂପ ନେଇ ଭାରତରେ କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା ଭାଇରସ। ପ୍ରତିଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦେଶରେ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ପ୍ରଥମଥର ପାଇଁ ଗୋଟିଏ ଦିନରେ କରୋନା ଦ୍ୱାରା ୪୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସେହିପରି ଏହି ମହାମାରୀ ଦ୍ୱାରା ରେକର୍ଡ ୧୧୨୯ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ୩୦ ହଜାରର ନିକଟରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ରେକର୍ଡ ୪୫,୭୨୦ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୩୮,୬୩୫କୁ ବୃଦ୍ଧି ପାଇଛି। ସେହିପରି ୧୧୨୯ ଜଣ ପ୍ରାଣ ହରାଇବାରୁ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯, ୮୬୧ ଛୁଇଁଛି। ମଙ୍ଗଳବାର ୬୪୮ ଜଣ ପ୍ରାଣ ହରାଇଥିବା ବେଳେ ଦିନକରେ ଆଉ ୧୧୨୯ ଜଣ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏବେ ସୁଦ୍ଧା ୭,୮୨,୬୦୭ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଦେଶରେ ୪,୨୬,୧୬୭ ଆକ୍ଟିଭ କେସ ରହିଛି। ଆଜି ଦେଶରେ କରୋନା ଟେଷ୍ଟ ସଂଖ୍ୟା ଦେଢ଼ କୋଟି ପାର କରିଛି। ଦେଶରେ ଏଯାଏ ୧,୫୦,୭୫,୩୬୯ଟି ନମୁନା କରାଯାଇଥିବା ବେଳେ ଗତକାଲି ୩,୫୦,୮୨୩ ନମୁନା ପରୀକ୍ଷା କରାଯାଇଥିଲା।

କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ବେକାବୁ ରହିଛି। ଏଠାରେ ମୋଟ ୩,୩୭,୬୦୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨,୫୫୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧,୮୭,୭୬୯ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୬,୪୯୨କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୩୧୪୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧,୩୧,୫୮୩ ଜଣ ସୁସ୍ଥ ହୋଇଛନ୍ତି।

ଦିଲ୍ଲୀରେ ସ୍ଥିତି ଧୀରେଧୀରେ ସୁଧୁରିବା ଆରମ୍ଭ କରିଛି। ଏଯାଏ ଏଠାରେ ୧,୨୬,୩୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୭,୬୫୦ ଜଣ ସୁସ୍ଥ ହୋଇଛନ୍ତି। ୩୭୧୯ ଜଣ ପ୍ରାଣ ହରାଇଛନ୍ତି ଓ ୧୪,୯୫୪ ଆକ୍ଟିଭ କେସ୍‌ ରହିଛି।

ଏହାବାଦ୍‌ ଏହାବାଦ ଆନ୍ଧ୍ର ପ୍ରଦେଶରେ ୮୨୩,ଅରୁଣାଚଳ ପ୍ରଦେଶରେ ୩, ଆସାମରେ ୬୪, ବିହାରରେ ୨୧୭, ଚଣ୍ଡିଗଡ଼ରେ ୧୩, ଛତିଶଗଡ଼ରେ ୨୯, ଦ୍ରାଦ୍ରାନଗର ହାବେଳିରେ ୨, ଗୋଆରେ ୨୮, ଗୁଜରାଟରେ ୨୨୨୪, ହରିଆଣାରେ ୩୭୨, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୨୭୩, ଝାରଖଣ୍ଡରେ ୬୪, କର୍ଣ୍ଣାଟକାରେ ୧୫୧୯, କେରଳରେ ୪୫, ଲଦାଖରେ ୨, ମଧ୍ୟପ୍ରଦେଶରେ ୭୭୦, ମେଘାଳୟରେ ୪, ଓଡ଼ିଶାରେ ୧୦୮, ପୁଡୁଚେରୀରେ ୩୧, ପଞ୍ଜାବ ୨୬୯, ରାଜସ୍ଥାନରେ ୫୮୩, ତେଲେଙ୍ଗାନାରେ ୪୩୮, ତ୍ରିପୁରାରେ ୯, ଉତ୍ତରାଖଣ୍ଡରେ ୫୭, ଉତ୍ତର ପ୍ରଦେଶରେ ୧୨୬୩ ଓ ପଶ୍ଚିମବଙ୍ଗରେ ୧୨୨୧ ଜଣ ପ୍ରାଣ ହରାଇଛନ୍ତି।

The post ଦେଶରେ କରୋନା ସ୍ଥିତି ସାଂଘାତିକ: ଦିନକରେ ୧୧୨୯ ମୃତ, ୪୫ ହଜାର ୭୨୦ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3htImRn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages